ଜୁନିୟର NTRଙ୍କ ‘ଦେବରା-ପାର୍ଟ ୧’ ଭାଙ୍ଗିଲା RRRର ରେକର୍ଡ, ୫ ଦିନରେ କଲାଣି ଏତିକି ଆୟ

Published By : Prameya-News7 Bureau | October 01, 2024 IST

moneycontrol

ମୁମ୍ବାଇ: ସାଉଥ ସୁପରଷ୍ଟାର ଜୁନିୟର ଏନଟିଆରଙ୍କ ଫିଲ୍ମ ‘ଦେବରା-ପାର୍ଟ ୧’ ପରଦାକୁ ଆସି ସାରିଛି। ଫିଲ୍ମକୁ ଦର୍ଶକଙ୍କ ବେଶ ଭଲ ପାଇବା ମିଳୁଛି। ଏହାର ପ୍ରଭାବ ବକ୍ସ ଅଫିସ୍‌ରେ ଦେଖିବାକୁ ମିଳିଛି।  ‘ଦେବରା-ପାର୍ଟ ୧’ ରିଲିଜର ଦୁଇ ଦିନରେ ହିଁ ଘରୋଇ ବକ୍ସ ଅଫିସ୍‌ରେ ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା। ଏବେ ଫିଲ୍ମ ୫ ଦିନର କଲେକ୍ସନ ସହ ୨୦୦ କୋଟି କ୍ଲବରେ ପ୍ରବେଶ  କରିବାକୁ ଯାଉଛି। 

‘ଦେବରା-ପାର୍ଟ ୧’ ପ୍ରଥମ ଦିନ ଭାରତରେ ୮୨.୫ କୋଟି ଟଙ୍କା କାରବାର କରିଥିଲା। ଦ୍ଵିତୀୟ ଦିନ ଫିଲ୍ମ ୩୮.୨ କୋଟି, ତୃତୀୟ ଦିନ ୩୯.୯ କୋଟି ଓ ଚତୁର୍ଥ ଦିନ ୧୨.୭୫ କୋଟି ଟଙ୍କାର ବ୍ୟବସାୟ କରିଛି। ଏବେ ପଞ୍ଚମ ଦିନ ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦେବରା ୨.୮୧ କୋଟି ଟଙ୍କା ଆୟ କରି ସାରିଲାଣି। ଏହି ପରି ଘରୋଇ ବକ୍ସ ଅଫିସ୍‌ରେ ‘ଦେବରା-ପାର୍ଟ ୧’ର ମୋଟ୍ କାରବାର ୧୭୬.୧୬ କୋଟି ଟଙ୍କା ରହିଛି।

‘ଦେବରା-ପାର୍ଟ ୧’ ଭାଙ୍ଗିଲା ‘ଆରଆରଆର’ର ରେକର୍ଡ 

ଜୁନିୟର ଏନଟିଆରଙ୍କ ଫିଲ୍ମ ‘ଦେବରା-ପାର୍ଟ ୧’ ୫ ଦିନରେ ୧୭୬.୧୬ କୋଟି ଟଙ୍କା ଆୟ କରି ନିଜର ଗତ ସୁପରହିଟ୍ ଫିଲ୍ମ ଆରଆରଆରକୁ ପଛରେ ପକାଇ ଦେଇଛି। ୨୦୨୨ରେ ପରଦାକୁ ଆସିଥିବା ଏହି ଫିଲ୍ମ ୫ ଦିନରେ ଘରୋଇ ବକ୍ସ ଅଫିସ୍‌ରେ ମୋଟ୍ ୧୭୦.୪୯ କୋଟି ଟଙ୍କା କାରବାର କରିଥିଲା। 

କୋରତାଲା ଶିବାଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଦେବରା-ପାର୍ଟ ୧’ ଏକ ତେଲୁଗୁ ଆକ୍ସନ-ଥ୍ରୀଲର ଫିଲ୍ମ।  ଏହା ତେଲୁଗୁ ବ୍ୟତୀତ ହିନ୍ଦୀ, ତାମିଲ, ମାଲାୟାଲାମ ଓ କନ୍ନଡ଼ ଭାଷାରେ ରିଲିଜ୍ ହୋଇଛି। ଫିଲ୍ମରେ ଜୁନିୟର ଏନଟିଆରଙ୍କ ସହ ସୈଫ ଅଲ୍ଲୀ ଖାନ ପ୍ରମୁଖ ଭୂମିକାରେ ରହିଛନ୍ତି। ଫିଲ୍ମ ଖୁବ୍ ଶୀଘ୍ର ଘରୋଇ ବକ୍ସ ଅଫିସ୍‌ରେ ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.