ସୋସିଆଲ ମିଡିଆକୁ କମ୍‌ବ୍ୟାକ୍‌ କଲେ ମଲାଇକା ଅରୋରା, ବାପାଙ୍କ ଦେହାନ୍ତ ପରେ ନୂଆ ଲୁକ୍‌ରେ ଆସିଲେ ନଜର

Published By : Prameya-News7 Bureau | October 02, 2024 IST

ମୁମ୍ଵାଇ ୦୨।୧୦: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା । ଦୀର୍ଘ ସମୟ ଧରି ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ । ତାଙ୍କ ବାପା ଅନିଲ ମେହେଟ୍ଟାଙ୍କର କିଛି ଦିନ ପୂର୍ବରୁ ଦେହାନ୍ତ ହୋଇଥିଲା । ଏହା ପରେ ଅଭିନେତ୍ରୀ ସୋସିଆଲ ମିଡିଆ ଠାରୁ ଦୂରରେ ଥିଲେ। ଏବେ ଇନଷ୍ଟାରେ ଏକ ପୋଷ୍ଟ ସେୟାର ହୋଇଛି । ଯେଉଁଥିରେ ମଲାଇକାଙ୍କ ଝଲକ ଦେଖିବାକୁ ମିଳିଛି।  ହେଲେ ମଲାଇକା ଏହି ପୋଷ୍ଟକୁ ନିଜେ ସେୟାର କରିନାହାଁନ୍ତି, ବରଂ ତାଙ୍କ ହେୟାର ଷ୍ଟାଇଲଷ୍ଟ ସେୟାର କରିଛନ୍ତି । ସେ ଏହି ପୋଷ୍ଟଟି ମଲାଇକାଙ୍କୁ ଟ୍ୟାଗ୍ କରିଥିଲେ। ଭିଡିଓରେ ଏକ ନୂଆ ହେୟାର ଷ୍ଟାଇଲ ସହିତ ମଲାଇକାଙ୍କୁ କୁଲ୍‌ ଲୁକରେ ଦେଖିବା ପରେ ପ୍ରଶଂସକମାନେ ମଧ୍ୟ ବହୁତ ଖୁସି ଅଛନ୍ତି । 

ଭିଡିଓ ଇନଷ୍ଟାରେ ସେୟାର ହୋଇଛି

ଇନଷ୍ଟାଗ୍ରାମରେ ମଲାଇକାଙ୍କ ହେୟାର ଷ୍ଟାଇଲିଷ୍ଟ ଅମିତ ଯଶୱନ୍ତଙ୍କ ଦ୍ୱାରା ଏହି ଭିଡିଓ ସେୟାର କରାଯାଇଛି। ଯେଉଁଥିରେ ମଲାଇକାଙ୍କୁ ବହୁତ ସୁନ୍ଦର ଲୁକ୍‌ରେ ଦେଖିବାକୁ ମିଳିଥିଲା। ଭିଡିଓରେ ଆପଣ ଦେଖିପାରିବେ ଯେ ମଲାଇକା ଦର୍ପଣ ସାମ୍ନାରେ ବସିଥିବାବେଳେ ହେୟାର ଷ୍ଟାଇଲଷ୍ଟ ତାଙ୍କ କେଶକୁ ଏକ ସୁନ୍ଦର ଲୁକ୍‌ ଦେଉଛନ୍ତି । ତାଙ୍କର ଏହି ଷ୍ଟାଇଲିସ୍‌ ଲୁକ୍‌ ଦେଖି ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି।

ଏହି ଭିଡିଓ ପୋଷ୍ଟ କରି ଅମିତ ଯଶୱନ୍ତ କ୍ୟାପସନରେ ଲେଖିଛନ୍ତି, 'ହେୟାର ଫର malaikaaroraofficial । ପିତା ଅନୀଲ ମେହେଟ୍ଟାଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ମଲାଇକାଙ୍କୁ ଦେଖି ପ୍ରଶଂସକମାନେ ମଧ୍ୟ ଭିଡିଓ ଉପରେ ମନ୍ତବ୍ୟ ଦେବାରେ ଲାଗିଛନ୍ତି। କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ପ୍ରଶଂସକମାନେ ମଲାଇକାଙ୍କ କମ୍‌ବ୍ୟାକ୍‌କୁ ସ୍ୱାଗତ କରୁଛନ୍ତି। ମଲାଇକା ଆରୋରା ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅଭିନେତ୍ରୀଙ୍କ ଆଇଟମ୍ ଗୀତର ଝଲକ ଦେଖିବାକୁ ମିଳିଛି। ଯାହା ମରାଠୀ ଚଳଚ୍ଚିତ୍ର 'ୟେକ ନମ୍ବର'ରୁ ଆସିଛି । ସେ ଏହି ଚଳଚ୍ଚିତ୍ର ମାଧ୍ୟମରେ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.