ପ୍ରଶାନ୍ତ କିଶୋର ଲଞ୍ଚ କଲେ ‘ଜନସୁରାଜ’ ପାର୍ଟି, କହିଲେ ଜୋରରେ କୁହ ‘ଜୟ ବିହାର’

Published By : Prameya-News7 Bureau | October 02, 2024 IST

ପାଟନା ୨।୧୦: ରାଜନୈତିକ ରଣନୀତିକାରରୁ ସାମାଜିକ କାର୍ଯ୍ୟକର୍ତ୍ତାରେ ପରିଣତ ହୋଇଥିବା ପ୍ରଶାନ୍ତ କିଶୋର ବୁଧବାର ପାଟନାରେ ତାଙ୍କ ରାଜନୈତିକ ଦଳ ‘ଜନସୁରାଜ’ ପାର୍ଟି ଲଞ୍ଚ କରିଛନ୍ତି। ପାର୍ଟିର ଉଦଘାଟନ ପୂର୍ବରୁ ପ୍ରଶାନ୍ତ କିଶୋର ଲୋକଙ୍କୁ ‘ଜୟ ବିହାର’ ସ୍ଲୋଗାନ ଦେବାକୁ କହିଥିଲେ, ଯାହା ଦ୍ୱାରା ଏହି ସ୍ଲୋଗାନ ସେହି ସବୁ ରାଜ୍ୟକୁ ପହଞ୍ଚୁ ଯେଉଁଠି ବିହାର ଲୋକଙ୍କ ସହ ମାରପିଟ ଓ ଦୁର୍ବ୍ୟବହାର କରାଯାଉଛି। ପ୍ରଶାନ୍ତ କିଶୋର କହିଛନ୍ତି ଯେ ଆପଣମାନେ ଜୟ ବିହାର ସ୍ଲୋଗାନ ଏତେ ଜୋରର ଦିଅନ୍ତୁ ଯେ ଯେପରି କେହି ଆପଣଙ୍କୁ ବା ଆପଣଙ୍କ ପିଲାଙ୍କୁ ‘ବିହାରି’ ନ କହୁ, ଏହା ଗାଳି ଭଳି ଶୁଭୁଛି। 

ଲୋକଙ୍କ ଏହି ଶ୍ୱର ଦିଲ୍ଲୀ, ବେଙ୍ଗଲ ପର୍ଯ୍ୟନ୍ତ ପହଞ୍ଚିବା ଦରକାର। ଯେଉଁଠି ବିହାରି ଛାତ୍ରଙ୍କୁ ମାଡ଼ ମରାଯାଇଥିଲା। ଏହା ତାମିଲନାଡୁ, ଦିଲ୍ଲୀ ଓ ମୁମ୍ବାଇ ପର୍ଯ୍ୟନ୍ତ ପହଞ୍ଚିବା ଦରକାର, ଯେଉଁଠି ବିହାରି ପିଲାଙ୍କ ପ୍ରତି ମାରପିଟ ଓ ଦୁର୍ବ୍ୟବହାର ହେଉଛି। ପ୍ରଶାନ୍ତଙ୍କ ଏପରି ମନ୍ତବ୍ୟ ପଶ୍ଚିମବଙ୍ଗ ସିଲିଗୁଡିକୁ ପରୀକ୍ଷା ଦେବାକୁ ଯାଇଥିବା ବିହାରୀ ଯୁବକଙ୍କୁ ହଇରାଣ କରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଥିଲା। ବିହାରରେ ଜନସୁରାଜ ଏକ ଅଭିଯାନ ରୂପେ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ପ୍ରଶାନ୍ତ କିଶୋର ହଜାର ହଜାର ଲୋକଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟାକୁ ବୁଝିଥିଲେ। 

ପ୍ରଶାନ୍ତ କିଶୋର ସେପ୍ଟେମ୍ବର ୩୦ରେ କହିଥିଲେ ଯେ ‘ଜନସୁରାଜ ଅଭିଯାନ ଆରମ୍ଭରେ କୁହାଯାଇଥିଲା ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ସେହି ରାଜନୈତିକ ଲାଚାରିକୁ ସମାପ୍ତ କରିବା ଯାହା ଯୋଗୁ ଗତ ୨୫-୩୦ ବର୍ଷ ହେଲା ବିହାରର ଲୋକେ ଲାଲୁ ପ୍ରସାଦଙ୍କ ଡରରେ ବିଜେପିକୁ ଭୋଟ ଦେଉଛନ୍ତି’। ଏଥି ଲାଗି ବିହାର ଲୋକଙ୍କ ନିମନ୍ତେ ଏକ ଭଲ ବିକଳ୍ପର ବ୍ୟବସ୍ଥା ହୋଇପାରିଛି। ଏହି ବିକଳ୍ପ ହେଉଛି ବିହାରର ସବୁ ଲୋକଙ୍କ ପାର୍ଟି ଯାହାକୁ ସେମାନେ ଏକାଠି ଗଢିବାକୁ ଚାହୁଁଥିଲେ। 

ପ୍ରଶାନ୍ତ କିଶୋର କହିଥିଲେ ଯେ ନୀତୀଶ କୁମାରଙ୍କ ସମର୍ଥନ ଯୋଗୁ ବିଜେପିର ସେହି ଅବସ୍ଥା ହେବ ଯାହା ଯାହା ଲାଲୁ ଯାଦବଙ୍କ ସମର୍ଥନ ଲାଗି କଂଗ୍ରେସର ହୋଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ଚଳାଇବାକୁ ଶାରୀରିକ ଓ ମାନସିକ ରୂପେ ଫିଟ ନାହାନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଲାଲୁ ଯାଦବଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଜଙ୍ଗଲ ରାଜ ଚଳାଇବାକୁ ସହଯୋଗ କରିଆସିଥିଲା। ଫଳ ହୋଇଥିଲା ବିହାରର ଲୋକେ କଂଗ୍ରେସକୁ ମୂଳରୁ ଉପାଡି ଫିଙ୍ଗି ଦେଇଛନ୍ତି। ଆଗକୁ ବିଜେପିର ବି ଏଇ ଅବସ୍ଥା ହେବ। ନୀତୀଶ କୁମାରଙ୍କୁ ସମର୍ଥନ କରିବା ବିଜେପି ଲାଗି ଏବେ ବାଧ୍ୟତାମୂଳକ ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.