ମୁସଲିମ୍ ପୁରୁଷ କରୁଛନ୍ତି ଲଭ୍ ଜିହାଦ, ବିଦେଶରୁ ଫଣ୍ଡିଂ...ଆଜୀବନ ଜେଲ ଦଣ୍ଡ ଶୁଣାଇ କଡ଼ା ଟିପ୍ପଣୀ କଲେ ଜଜ୍

Published By : Prameya-News7 Bureau | October 02, 2024 IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବରେଲିର ଏକ ଅଦାଲତ ଲଭ୍ ଜିହାଦ ଅଭିଯୋଗରେ ଜଣେ ମୁସଲମାନ ଯୁବକଙ୍କୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି । ଏହାସହ କୋର୍ଟ ଅନେକ କଡ଼ା ଟିପ୍ପଣୀ କରି କହିଛନ୍ତି ଯେ ଏହା ସତ ଯେ ଲଭ୍ ଜିହାଦକୁ ବାସ୍ତବ ରୂପ ଦିଆଯାଉଛି । ଲାଇଭ୍ ହିନ୍ଦୁସ୍ତାନର ରିପୋର୍ଟ ଅନୁସାରେ ଆଡିସନାଲ ସେସନ୍ ଜଜ୍ ରବି କୁମାର ଦିବାକର କହିଛନ୍ତି ଯେ ଲଭ୍ ଜିହାଦରେ ମୁସଲିମ୍ ପୁରୁଷ ପୂରା ପ୍ଲାନିଂ ସହ ହିନ୍ଦୁ ମହିଳାଙ୍କୁ ଟାର୍ଗେଟ୍ କରୁଛନ୍ତି । ପ୍ରେମ ନାଟକ କରି ବିବାହ କରନ୍ତି ଏବଂ ପରେ ସେମାନଙ୍କର ଇସଲାମକୁ ଧର୍ମାନ୍ତରୀକରଣ କରନ୍ତି । ଏହା ସମ୍ଭବତଃ ପ୍ରଥମ ଘଟଣା, ଯେତେବେଳେ ଦେଶରେ କୌଣସି କୋର୍ଟ ଏପରି ଭାବେ ଲଭ୍ ଜିହାଦକୁ ନେଇ ଟିପ୍ପଣୀ କରିଛନ୍ତି ।

ଜଜ୍ ରବି କୁମାର ଦିବାକର ମାମଲାରେ କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତ ମହମ୍ମଦ ଆଲିମ ପୀଡ଼ିତାଙ୍କୁ ନିଜ ନାଁ ଆନନ୍ଦ ବୋଲି କହିଥିଲା । ପରେ ପ୍ରେମରେ ଫସାଇ ହିନ୍ଦୁ-ରୀତିନୀତିରେ ବିବାହ ମଧ୍ୟ କରିଲା । ଏହାପରେ ପୀଡ଼ିତା ସହ ଦୁଷ୍କର୍ମ କରାଗଲା । ସେହି ସମୟର ଫଟୋ ଏବଂ ଭିଡିଓ କରାଗଲା । ପରେ ଭୟ ଦେଖାଇ ଅନେକ ଥର ଦୁଷ୍କର୍ମ କରାଗଲା ।

ଜଜ୍ ରବି କୁମାର ଦିବାକର କହିଛନ୍ତି ଯେ ଲଭ୍ ଜିହାଦର ମୁଖ୍ୟ ଉଦ୍ଦେଶ୍ୟ ଭାରତରେ ନିଜ ଶାସନ ସ୍ଥାପନ କରିବା । ଏଥିପାଇଁ ଡେମୋଗ୍ରାଫିକ୍ ୱାର ଲଢାଯାଉଛି । ଏହା ପଛରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଷଡ଼ଯନ୍ତ୍ର ରହିଛି ଏବଂ ଏକ ନିର୍ଦ୍ଦିଷ୍ଟ ସମୁଦାୟର ଅରାଜକ ସତ୍ତ୍ୱ ଏଥିରେ ସାମିଲ ଅଛନ୍ତି ।

କୋର୍ଟ କହିଛନ୍ତି, 'ସିଧା ଶବ୍ଦରେ କହିବାକୁ ଗଲେ ଲଭ୍ ଜିହାଦ ଏପରି ଏକ ପ୍ରାକ୍ଟିସ୍, ଯାହା ମୁସଲମାନ ପୁରୁଷ ଅଣ-ମୁସଲମାନ ମହିଳାଙ୍କ ବିରୋଧରେ କହିଥାନ୍ତି । ଏହା ଅଧିନରେ ସେମାନେ ପ୍ରେମ ନାଟକ କରି ବିବାହ କରାଯାଏ । ପରେ ଝିଅମାନଙ୍କ ଧର୍ମ ପରିବର୍ତ୍ତନ କରାଯାଏ । ଏହି ପୂରା ମାମଲା ଅନ୍ତରାଷ୍ଟ୍ରୀୟ ଷଡ଼ଯନ୍ତ୍ରର ଅଂଶ । ଲଭ୍ ଜିହାଦ ପାଇଁ ବହୁ ଅର୍ଥ ଦରକାର ପଡ଼ିଥାଏ । ଏଥିପାଇଁ ବିଦେଶୀ ଫଣ୍ଡିଂ କଥାକୁ ମଧ୍ୟ ମନା କରାଯାଇପାରିବ ନାହିଁ ।'

ଜଜ୍ ଏହା ମଧ୍ୟ କହିଛନ୍ତି ଯେ ଜୋର ଜବରଦସ୍ତି କାହାର ଧର୍ମ ପରିବର୍ତ୍ତନ କରିବା ପାଇଁ କାହାକୁ ଅଧିକାର ଦିଆଯାଇନି । କୋର୍ଟ କହିଛନ୍ତି, 'ଯଦି କୌଣସି ବେଆଇନ ଧର୍ମପରିବର୍ତ୍ତନ ହେଉଛି । ଜୋର କରି କରାଯାଉଛି, ମିଛର ସାହାରା ନିଆଯାଉଛି, ପ୍ରଲୋଭନ ଦିଆଯାଉଛି କିମ୍ୱା ପ୍ରତାରଣ କରାଯାଏ ତେବେ ନିଶ୍ଚିତ ରୂପେ ଉତ୍ତର ପ୍ରଦେଶ ଧର୍ମାନ୍ତରୀକରଣ ନିରୋଧ ଆଇନ ୨୦୨୧, ଅଧିନରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।'

କୋର୍ଟ କହିଛନ୍ତି ଯେ ଯଦି ଭାରତ ସରକାର ଲଭ୍ ଜିହାଦର ଏହି ପରି ବେଆଇନ ଧର୍ମାନ୍ତରୀକରଣକୁ ସମୟ ପୂର୍ବରୁ ନରୋକନ୍ତି ତେବେ ଦେଶକୁ ଭବିଷ୍ୟତରେ ଏହା ପରିମାଣ ଭୋଗିବାକୁ ପଡ଼ିବ । ସେ କହିଛନ୍ତି ଯେ ଏହି ମାମଲାକୁ ହାଲୁକାରେ ନିଆଯାଇପାରିବ ନାହିଁ । କାରଣ ଏହା ଦେଶର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ପାଇଁ ବିପଦ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.