ହରିୟାଣା ନିର୍ବାଚନ ପ୍ରଚାରରେ ସାମିଲ ହେଲେ କ୍ରିକେଟର, କାହା ପାଇଁ ମାଗିଲେ ଭୋଟ୍?

Published By : Prameya-News7 Bureau | October 03, 2024 IST

ହରିୟାଣା ୦୩/୧୦: ହରିୟାଣାର ରାଜନୀତି ଏବେ ବେଶ୍ କୌତୁହଳପୂର୍ଣ୍ଣ । ଅକ୍ଟୋବର ୫ରେ ରାଜ୍ୟର ୯୦ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ଏଭଳି ପରିସ୍ଥିତିରେ ସମସ୍ତ ପ୍ରାର୍ଥୀ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି । ଏଥିରୁ ବାଦ୍ ପଡିନାହାଁନ୍ତି ପୂର୍ବତନ କ୍ରିକେଟର ବିରେନ୍ଦର ସେହୱାଗ । 

ସେ ମଧ୍ୟ ହରିୟାଣାର ତୋଷାମରେ ପହଞ୍ଚିଥିଲେ ନିର୍ବାଚନ ପ୍ରଚାର ପାଇଁ । କଂଗ୍ରେସ ପ୍ରାର୍ଥୀ ଅନିରୁଦ୍ଧ ଚୌଧୁରୀଙ୍କ ପାଇଁ ଜନତାଙ୍କୁ ମାଗିଥିଲେ ଭୋଟ୍ । ସାକ୍ଷାତକାରରେ ସେହୱାଗ କହିଛନ୍ତି,ମୁଁ ଆଶା କରୁଛି ଯେ ତୋଶାମର ଲୋକମାନେ ବହୁ ସଂଖ୍ୟାରେ ଭୋଟ୍ ଦେଇ ତାଙ୍କୁ ବିଜୟୀ କରାଇବେ । 

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମୋର କର୍ତ୍ତବ୍ୟ ପାଳନ କରିବାକୁ ଏଠାକୁ ଆସିଛି । ଆମର ଏଠି ଏମିତି ହୁଏ, ଯେତେବେଳେ ଜଣେ ବଡ଼ ଭାଇ କିଛି କାମ କରନ୍ତି, ସମସ୍ତଙ୍କୁ ଏକାଠି ହୋଇ ସାହାଯ୍ୟ କରିବାକୁ ପଡେ । ବାସ୍ ମୁଁ ସେମିତି କରିବାକୁ ଏଠାକୁ ଆସିଛି । ଯେତେବେଳେ ସେହୱାଗ ତୋଷାମରେ ପହଞ୍ଚିଥିଲେ, ସେତେବେଳେ କଂଗ୍ରେସ ପ୍ରାର୍ଥୀ ଅନିରୁଦ୍ଧ ଚୌଧୁରୀ କହିଥିଲେ ଯେ ସାଧାରଣତଃ କ୍ରିକେଟରମାନେ ନିର୍ବାଚନ ପ୍ରଚାର ପାଇଁ ଯାଆନ୍ତି ନାହିଁ କିନ୍ତୁ ଭୀରୁ ସବୁବେଳେ ଆସନ୍ତି । ମୋତେ ତାଙ୍କ ବିଷୟରେ କିଛି କହିବାର ନାହିଁ । ସେ ଏଠାକୁ ଆସିଥିବାରୁ ମୁଁ ଭୀରୁଙ୍କୁ କୃତଜ୍ଞତା ଜଣାଉଛି । ଯେତେବେଳେ ବି ଆମେ ଭେଟ ହୁଏ, ଆମେ କ୍ରିକେଟ୍ ବିଷୟରେ କମ୍ ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ କଥାବାର୍ତ୍ତା ଚର୍ଚ୍ଚା କରୁ ବୋଲି କଂଗ୍ରେସ ପ୍ରାର୍ଥୀ ଅନିରୁଦ୍ଧ ଚୌଧୁିରୀ କହିଛନ୍ତି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.