ମହେନ୍ଦ୍ର ସିଂ ଧୋନିଙ୍କ ଯୁବ ଫ୍ୟାନ, ୧୧୫୦ କିମି ସାଇକେଲ ଚଳାଇ ପହଞ୍ଚିଲେ ଦିଲ୍ଲୀରୁ ରାଞ୍ଚି

Published By : Prameya-News7 Bureau | October 03, 2024 IST

ନୂଆଦିଲ୍ଲୀ ୦୩।୧୦; ସାରା ଦେଶରେ ମହେନ୍ଦ୍ର ସିଂ ଧୋନିଙ୍କ ଫ୍ୟାନ । ତାଙ୍କର ଟିକେ ଝଲକ ପାଇବାକୁ ଫ୍ୟାନ୍ସ ଚାହିଁ ରହିଛନ୍ତି । ଏବେ ଧୋନୀଙ୍କର ଯୁବ ଫ୍ୟାନ୍ସ ବେଶ୍ ଚର୍ଚ୍ଚାରେ । ସେ ଧୋନୀଙ୍କୁ ଭେଟିବା ପାଇଁ ୧୧୫୦ କିମି ସାଇକେଲ ଚଳାଇ ଦିଲ୍ଲୀରୁ ରାଞ୍ଚିରେ ପହଞ୍ଚିଛନ୍ତି । 

ଏହି ଯୁବ ଫ୍ୟାନ୍ସଙ୍କ ନାଁ ବୈଭବ କୁମାର । ସେ ଧୋନୀଙ୍କୁ ଭେଟିବା ପାଇଁ ଧୋନୀଙ୍କ ଘର ବାହାରେ ୫ ଦିନ ଯାଏଁ ଟେଣ୍ଟରେ ରହି ଅପେକ୍ଷା କରିଥିଲେ । ଧୋନିଙ୍କ ଘରେ ପହଞ୍ଚିବା ପରେ ବୈଭବ ରାତି ସାରା ବାହାରେ ଅପେକ୍ଷା କରିଥିଲେ । ଧୋନି ସକାଳେ ତାଙ୍କ କାର ଧରି ବାହାରିଥିଲେ କିନ୍ତୁ ଜାଣିପାରିନଥିଲେ । କିନ୍ତୁ ବୈଭବ ତାଙ୍କୁ ଦେଖିବା ପରେ ଆଶ୍ବସ୍ତି ଅନୁଭବ କରିଥିଲେ। 

ପ୍ରଥମ ଦିନରେ ସାକ୍ଷାତ ନହେବା ପରେ ତାଙ୍କୁ ଅପେକ୍ଷା କରିଥିଲେ ବୈଭବ । ଏହାପରେ ଧୋନି ପୁଣି ଥରେ ତାଙ୍କ କାରରେ ଗଲେ, କିନ୍ତୁ ସେ କାରରୁ ନଓହ୍ଲାଇ କେବଳ ହାତ ଦେଖାଇ ଚାଲି ଯାଇଥିଲେ । ବୈଭବ ଧୋନିଙ୍କୁ ଆଗରୁ ଦେଖିଥିଲେ ସତ କିନ୍ତୁ ବ୍ୟକ୍ତିଗତ ଭାବରେ ତାଙ୍କୁ ଭେଟି ପାରିନଥିଲେ । ସେ ଏପରି ଭାବେ ୫ ଦିନ ବିତାଇଥିଲେ।

ଏହି ସମୟରେ ସେ ରାତିରେ ତମ୍ବୁରେ ଶୋଇଥିଲେ । ଏହାପରେ ଧୋନୀଙ୍କ ଉପରେ ରାଗିଯାଇଥିଲେ ଅନ୍ୟ ଫ୍ୟାନ୍ସ । କ୍ୟାପଟେନ କୁଲଙ୍କୁ ଅହଂକାରୀ ବୋଲି କହିଥିଲେ । ତେବେ ଏହାପୂର୍ବରୁ ୨୩୦୦ କିଲୋମିଟର ସାଇକେଲ ଚଲାଇ ଚେନ୍ନାଇ ପହଞ୍ଚିଥିଲେ । 

କିନ୍ତୁ ସେଠାରେ ମଧ୍ୟ ଦେଖା ମିଳିନଥିଲା ଧୋନୀଙ୍କର । ତେବେ ବର୍ତ୍ତମାନ ଧୋନୀଙ୍କୁ ଭେଟିଥିବା କହିଛନ୍ତି ବୈଭବ । ସେ କହିଛନ୍ତି ଧୋନିଙ୍କ ଠାରୁ ଏକ ଅଟୋଗ୍ରାଫ୍ ଟି-ସାର୍ଟ ପାଇଛନ୍ତି । ଆଉ କ୍ୟାପଟେନ କୁଲ ତାଙ୍କୁ ପୁରା ଫାର୍ମହାଉସ୍ ବୁଲାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.