ଶେୟାର ମାର୍କେଟ୍‌ରେ ହାହାକାର; ବର୍ଷର ଚତୁର୍ଥ ବଡ଼ ହ୍ରାସ, ୧୦ ଲକ୍ଷ କୋଟି ହରାଇଲେ ନିବେଶକ

Published By : Prameya-News7 Bureau | October 03, 2024 IST

indiatoday

ନୂଆଦିଲ୍ଲୀ: ଶେୟାର ମାର୍କେଟ୍‌ରେ ହାହାକାର। ଚଳିତ ବର୍ଷର ଚତୁର୍ଥ ବଡ଼ ହ୍ରାସ। ଅକ୍ଟୋବର ୩ ତାରିଖରେ ୧୭୬୯ ପଏଣ୍ଟ(୨.୧ %) ଖସିଲା ସେନ୍‌ସେକ୍ସ। ମଧ୍ୟପ୍ରାଚ୍ୟରେ ବୋମାବର୍ଷା ଜାରି ରହିଥିବା ବେଳେ ଉତ୍ତାପରେ ତରଳିଗଲା ଭାରତୀୟ ଶେୟାର ମାର୍କେଟ୍। ୧୭୬୯ ପଏଣ୍ଟ ହ୍ରାସ ହୋଇ  ୮୨,୪୯୭ରେ ବନ୍ଦ ହେଲା ସେନ୍‌ସେକ୍ସ। ସେହିପରି ନିଫ୍‌ଟିରେ ୫୪୬ ପଏଣ୍ଟ ହ୍ରାସ ହୋଇ ୨୫,୨୫୦ର ବନ୍ଦ ହୋଇଛି।  

ଷ୍ଟକ୍ ମାର୍କେଟରେ ବିକ୍ରି ଯୋଗୁ ଗ୍ରାହକଙ୍କ ସମ୍ପତ୍ତି ୧୦.୭ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଫଳରେ ଅକ୍ଟୋବର 3 ଗୁରୁବାର ଦିନ, ବିଏସଇରେ ତାଲିକାଭୁକ୍ତ କମ୍ପାନୀର ମାର୍କେଟ କ୍ୟାପ୍ ୪୬୫ ଲକ୍ଷ କୋଟି ଟଙ୍କାରେ ସୀମିତ ରହିଯାଇଛି। ଏହା ପୂର୍ବରୁ ଅକ୍ଟୋବର ୧ ରେ ଏହା ୪୭୫ ଲକ୍ଷ କୋଟି ଟଙ୍କା ଥିଲା।

ଆଜି ଅଟୋ, ଏନର୍ଜି, ଫାଇନାନ୍ସ ଏବଂ ବ୍ୟାଙ୍କିଙ୍ଗ୍ ସେୟାରରେ ଅଧିକ ହ୍ରାସ ଘଟିଛି। ବିପିସିଏଲ, ଶ୍ରୀରାମ ଫାଇନାନ୍ସ ଏବଂ ଏଲ ଆଣ୍ଡ ଟି ସେୟାରରେ ୪% ରୁ ଅଧିକ ହ୍ରାସ ଘଟିଛି। ଏମାନେ ନିଫ୍ଟିର ଟପ୍ ଲୁଜର ହୋଇଥିବା ବେଳେ JSW ଷ୍ଟିଲ୍ ସେୟାରଗୁଡିକ ୧.୩୩% ବୃଦ୍ଧଇ ସହ ନିଫ୍ଟି ଟପ୍ ଗେନର ରହିଥିଲା।

ଶେୟାର ମାର୍କେଟ୍‌ରେ ଏତେବଡ଼ ହ୍ରାସ କାହିଁକି ?

୧. ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧର ଆଶଙ୍କା ଯୋଗୁ ବିଶ୍ୱ ବଜାରରେ ନକାରାତ୍ମକ ଭାବନା ରହିଛି। ଯାହାର ପ୍ରଭାବ ଭାରତୀୟ ଷ୍ଟକ ମାର୍କେଟ୍‌ରେ ଦେଖିବାକୁ ମିଳିଛି।
୨. ଭାରତୀୟ ଷ୍ଟକ୍ ମାର୍କେଟର ବର୍ତ୍ତମାନର ଭାଲ୍ୟୁଏସନ ବୃଦ୍ଧି ପାଇଛି। ବିଶେଷକରି ମିଡ୍ କ୍ୟାପ୍ ଓ ସ୍ମଲକ୍ୟାପ୍ ସେଗ୍‌ମେଣ୍ଟର ଭାଲ୍ୟୁ ବଢିଛି।
 ଏଥିପାଇଁ ମାର୍କେଟ୍‌ରେ ଏକ ବଡ଼ ସଂଶୋଧନ ଦେଖିବାକୁ ମିଳିପାରେ।

୩. ଆମେରିକାରେ ମାନ୍ଦାବସ୍ଥା ଭୟ ବଢ଼ିଯାଇଛି। ଯେଉଁ କାରଣରୁ ଗତ ବାଣିଜ୍ୟ ଦିନରେ ଆମେରିକୀୟ ବଜାରରେ ହ୍ରାସ ଘଟିଥିଲା। ଏହାର ପ୍ରଭାବ ବିଶ୍ୱ ବଜାରରେ ଦେଖିବାକୁ ମିଳୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.