ବିଜେପିର ପୂର୍ବତନ ସାଂସଦ ରୁପା ଗାଙ୍ଗୁଲି ଗିରଫ, ରାତିସାରା ଥାନା ବାହାରେ ଦେଇଥିଲେ ଧାରଣା

Published By : Prameya-News7 Bureau | October 03, 2024 IST

HT

କୋଲକାତା: ବିଜେପି ନେତା ତଥା ପୂର୍ବତନ ସାଂସଦ ରୂପା ଗାଙ୍ଗୁଲି ଗିରଫ। ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଜଣେ ଛାତ୍ରର ମୃତ୍ୟୁ ଘଟଣା ଓ ବିଜେପି କର୍ମୀଙ୍କ ଗିରଫଦାରୀ ବିରୋଧରେ ରାତିସାରା ବାନ୍ସଡ୍ରୋଣୀ ପୋଲିସ ଷ୍ଟେସନ ସମ୍ମୁଖରେ ରାତିସାରା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମଗ୍ର ବିବାଦ ସଡ଼କ ଦୁର୍ଘଟଣା ସହିତ ଜଡିତ। ପୋଲିସ କାର୍ଯ୍ୟାନୁଷ୍ଠାନ ନହେବାରୁ ରୁପା ଗାଙ୍ଗୁଲି ପୋଲିସ ଷ୍ଟେସନ ବାହାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଗୁରୁବାର ପୋଲିସ ରୁପାଙ୍କୁ ଗିରଫ କରିଛି।

ପ୍ରକାଶଥାଉକି ବୁଧବାର ସକାଳେ କୋଲକାତାର ବାନ୍ସଡ୍ରୋଣୀ ଅଞ୍ଚଳରେ ଜେସିବି ସହାୟତାରେ ରାସ୍ତା ମରାମତି କାର୍ଯ୍ୟ ଚାଲିଥିଲା। ଅଭିଯୋଗ ହୋଇଛି ଯେ ଜଣେ ଛାତ୍ର କୋଚିଂ ସେଣ୍ଟରକୁ ଯାଉଥିବାବେଳେ ଜେସିବି ଦ୍ୱାରା ପିଟି ହୋଇଯାଇଥିଲେ। ଛାତ୍ରର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। 

ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ପରେ କୋଲକାତା ପୋଲିସ ଅତିରିକ୍ତ କମିଶନର ପ୍ରଦୀପ ଘୋଷାଲ ପହଞ୍ଚିବା ସହ ବୁଝାସୁଝା କରିଥିଲେ।

ସେପଟେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ କୋଲକାତା ପୋଲିସ ୫ ଜଣଙ୍କୁ ଗିରଫ କରିଛି। କୋଲକାତା ପୋଲିସ ବିଜେପି ନେତା ରୁବି ମଣ୍ଡଳ ଏବଂ ତାଙ୍କ ସମର୍ଥକଙ୍କୁ ଗିରଫ କରିଥିଲା। ଏହାକୁ ବିରୋଧ କରି ପୂର୍ବତନ ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି ବାନ୍ସଡ୍ରୋଣୀ ପୋଲିସ ଷ୍ଟେସନରେ ବାହାରେ ଧାରଣାରେ ବସିଥିଲେ। ବିନା ଅଭିଯୋଗରେ ରୁବି ମଣ୍ଡଳଙ୍କୁ ଗିରଫ କରାଯାଇଥିବା ବିଜେପି କହିଛି। କିନ୍ତୁ ଛାତ୍ରଙ୍କ ମୃତ୍ୟୁ ମାମଲାରେ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ଡିସିପି ବିଦିଶା କାଲିତା ଦାସଗୁପ୍ତ କହିଛନ୍ତି, ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.