ଯୁଦ୍ଧ ସମୟରେ ପୁଞ୍ଜି ବଜାର: ବଡ଼ ହ୍ରାସ ଏବଂ ମଜଭୁତ ରିକଭରିର ଇତିହାସ

Published By : Prameya-News7 Bureau | October 03, 2024 IST

ନୂଆଦିଲ୍ଲୀ: ଯୁଦ୍ଧ ପରି ପ୍ରତିକୂଳ ପରିସ୍ଥିତ ଦୀର୍ଘ ମିଆଦୀ ନିବେଶକଙ୍କ ପାଇଁ ଲାଭ କରିବାର ସୁଯୋଗ ହୋଇପାରେ । ବିଶେଷଜ୍ଞଙ୍କ ମତରେ ନିବେଶକଙ୍କ ପାଇଁ ଏହି ସମୟର ନିଜ ମନ ପସନ୍ଦ କମ୍ପାନିର ସେୟାରକୁ ଶସ୍ତାରେ କିଣିବାର ଏକ ବଡ଼ ସୁଯୋଗ ହୋଇଥାଏ । ତେବେ ସର୍ତ୍ତ ଏହା ଯେ ସେମାନଙ୍କ ପାଖରେ ରିସ୍କ ନେବାର କ୍ଷମତା ଥିବ । ତେବେ ନିବେଶକଙ୍କୁ ପ୍ରଥମେ ଏହା ଗଣନା କରିବାକୁ ହେବ ଯେ ଏହି ଭୂ-ରାଜନୈତିକ ଘଟଣାକ୍ରମ ସ୍ଥାନୀୟ ସ୍ତର ଯାଏ ସୀମିତ ରହିବ ନା ବୈଶ୍ୱିକ ଆକାର ନେବ ।

ପୂର୍ବରୁ ବି ଯୁଦ୍ଧ ପରି ଅନେକ ଘଟଣା ଘଟିଛି, ଯାହା ଉପରେ ମାର୍କେଟ୍ ପ୍ରତିକ୍ରିୟା ଦେଇସାରିଛି । ଡାଟାରୁ ଜଣାପଡ଼ୁଛି ଯେ ପୁଞ୍ଜି ବଜାର ସାଧାରଣତଃ ଯେକୌଣସି ନକାରାତ୍ମକ ଘଟଣା ବା ଅନିଶ୍ଚିତତାର ଆଶଂକାରେ ଅଧିକ ଅସ୍ଥିରତା (heightened volatility) ସହ ପ୍ରତିକ୍ରିୟା ଦେଇଥିଏ । କିନ୍ତୁ ସମୟ ବିତିବା ସହ ସ୍ଥିତି ଯେତେବେଳେ ସ୍ପଷ୍ଟ ହୋଇଥାଏ, ସେୟାର ବଜାରରେ ଅଧିକ ଉତ୍ସାହ ଏବଂ ବୃଦ୍ଧି ଦେଖିବାକୁ ମିଳିଥାଏ ।

ଭୂ-ରାଜନୈତିକ ବିପଦ ମଧ୍ୟ ଏଥିରୁ ଅଲଗା ନୁହେଁ । ଐତିହାସିକ ରୂପେ ଦେଖାଯାଏ ଯେ ଇକ୍ୱିଟି ବଜାର ଭୂ-ରାଜନୈତିକ ବିପଦ (geopolitical risks) ସମୟରେ ଅଧିକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥାଏ । ଏହାର ଜବାବରେ ମାର୍କେଟ୍ ଶୀଘ୍ର ସ୍ଥିର ମଧ୍ୟ ହୋଇଥାଏ । 

ଯୁଦ୍ଧ ସମୟରେ S&P 500ର ପ୍ରଦର୍ଶନ

ଉଦାହରଣ ପାଇଁ ୧୯୯୦ରେ କୁଏତ ଉପରେ ଇରାନ ଆକ୍ରମଣ କରିଥିଲା । ଏହି ସମୟରେ ବଜାରରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଥିଲା ଏବଂ ଅଶୋଧିତ ତୈଳର ମୂଲ୍ୟ ଦ୍ୱିଗୁଣା ହୋଇଥିଲା । ତେବେ ଚାରି ମାସ ଭିତରେ ସେୟାର ମାର୍କେଟ୍ ନିଜର ପୁରୁଣା ସ୍ତରକୁ ଫେରି ଆସିଥିଲା ।

୧୯୯୯ ମଧ୍ୟ ଭାଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କାରଗିଲ ଯୁଦ୍ଧ ସମୟରେ ବଜାରରେ ବଡ଼ ହ୍ରାସ ଘଟିଥିଲା । ତେବେ ଯୁଦ୍ଧ ଅଧିକ ଦିନ ଚାଲିବନି ସ୍ପଷ୍ଟ ହେବା ପରେ ବଜାର ପୁଣି ଜୋରଦାର ରିକଭରି କରିଥିଲା । ଗତ କିଛି ଦିନ ଧରି ପଶ୍ଚିମ ଏସିଆରେ ଭୂ-ରାଜନୈତିକ ଉତ୍ତେଜନା ବଢିବା ଯୋଗୁଁ ଭାରତ ସମେତ ଗ୍ଲୋବାଲ ମାର୍କେଟ୍ ଉପରେ ଚାପ ବଢିଛି । ଯେଉଁଥି ପାଇଁ ବ୍ରେଣ୍ଟ କ୍ରୁଡ୍ ଅୟଲର ମୂଲ୍ୟରେ ୫% ଯାଏ ବୃଦ୍ଧି ଦେଖିବାକୁ ମିଳିଛି ଏବଂ ପ୍ରତି ବ୍ୟାରେଲ ୭୫ ଡଲାର ହୋଇଛି ।

(disclaimer: ଏହା ନିବେଶ ପାଇଁ ପରାମର୍ଶ ନୁହେଁ । ଇତିହାସରେ ପୁଞ୍ଜି ବଜାରର ପ୍ରତିକ୍ରିୟା ଉପରେ କେବଳ ଏକ ଖବର । ) 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.