ଇଶା ଫାଉଣ୍ଡସେନ୍‌କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି, ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ କୋର୍ଟ

Published By : Prameya-News7 Bureau | October 03, 2024 IST

amarujala

ନୂଆଦିଲ୍ଲୀ ୦୩।୧୦ :  ଇଶା ଫାଉଣ୍ଡେସନ୍‌ର ସଂସ୍ଥାପକ ସଦ୍‌ଗୁରୁ ଯୋଗୀ ବାସୁଦେବଙ୍କ ସଂସ୍ଥାକୁ ଆଶ୍ୱସ୍ତି । ସୁପ୍ରିମକୋର୍ଟରୁ ମିଳିଛି ଏହି ଆଶ୍ୱସ୍ତି । ମାଦ୍ରାସା ହାଇକୋର୍ଟର ଆଦେଶ ଉପରେ ରୋକ ଲଗାଇଛନ୍ତି ମାନ୍ୟବର କୋର୍ଟ । ଇଶା ଫାଉଣ୍ଡେସନ ସହିତ ଜଡିତ ମାମଲାରେ ଆଗକୁ ପୋଲିସ କୌଣସି ପ୍ରକାରର ଯାଞ୍ଚ ଉପରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହାସହିତ ନିଜଆଡୁ ମାମଲାକୁ ହାଇକୋର୍ଟରୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତରିତ କରିଛନ୍ତି । ଆଗକୁ ତାମିଲନାଡୁ ପୋଲିସ ସୁପ୍ରିମକୋର୍ଟରେ କେସ୍‌ର ଷ୍ଟାଟସ ରିପୋର୍ଟ ଦାଖଲ କରିବ ।ଅକ୍ଟୋବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି । 

କୃଷି ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଫେସର ଏସ୍‌ କାମରାଜ୍‌ ଅଭିଯୋଗ ଆଣିଥିଲେ ଯେ, ତାଙ୍କର ଦୁଇ ଜଣ ଝିଅଙ୍କୁ ଇଶା ଫାଉଣ୍ଡସେନର ଆଶ୍ରମରେ ବନ୍ଧକ ଭାବେ ରଖାଯାଇଛି । ଏହାପରେ ମଦ୍ରାସା ହାଇକୋର୍ଟ ଆଶ୍ରମ ବିରୋଧରେ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ । ଯାହାପରେ ପୋଲିସର ଏକାଧିକ ଟିମ୍‌ ଆଶ୍ରମ ପରିସରରୁ ଆରମ୍ଭ କରିଥିଲା ତଦନ୍ତ । ହେଲେ ମାମଲାଟି ଯେତେବେଳେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସେତେବେଳେ ସିଜେଆଇ କାମରଜାଙ୍କର ଦୁଇ ଝିଅଙ୍କ ସହ ଫୋନ୍‌ ଜରିଆରେ କଥା ହୋଇଥିଲେ ।ସେମାନେ ନିଜ ଇଚ୍ଛାରେ ଆଶ୍ରମରେ ରହୁଛନ୍ତି । ତାଙ୍କୁ କୌଣସି ପ୍ରକାର ବନ୍ଧକ ଭାବେ ରଖାଯାଇନାହିଁ ।ଆଉ ଯେବେ ଇଚ୍ଛା ହେବ, ସେବେ ଆଶ୍ରମ ବାହାରକୁ ଆସିପାରିବେ ବୋଲି କହିଥିଲେ । ଯାହାକୁ ଶୁଣି ପୋଲିସ ଯାଞ୍ଚ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । 

ସେହିପରି ଅନ୍ୟପଟେ ଏହି ମାମଲାର ଶୁଣାଣି ସମୟରେ ମାଦ୍ରାସା ହାଇକୋର୍ଟ ଆଶ୍ରମରେ ଚାଲିଥିବା ପ୍ରଥା ଉପରେ ପ୍ରଶ୍ନ ଉଠାଇଥିଲେ । ଏହାସହିତ ଯୋଗୀ ବାସୁଦେବ ମହିଳାଙ୍କୁ ସାଧୁ ରୂପରେ ରହିବା ପାଇଁ ପ୍ରୋତ୍ସାହିତ କରୁଥିଲେ ବୋଲି କହିଥିଲେ । ହେଲେ କାମରାଜ୍‌ଙ୍କ ଝିଅ ବିବାହିତ ଏବଂ ଘର ସଂସାର କରିସାରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.