IPl ରେ ଖେଳାଳି ହେବେ ମାଲାମାଲ, ଟିମ୍‌କୁ ପଡିପାରେ ମହଙ୍ଗା

Published By : Prameya-News7 Bureau | October 03, 2024 IST

ନୂଆଦିଲ୍ଲୀ ୦୩/୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳ ହେବାକୁ ଥିବା ଟିମ୍ ଇଣ୍ଡିଆର ସ୍କ୍ୱାର୍ଡ ଘୋଷଣା ହୋଇଛି । ଏହି ସ୍କ୍ୱାର୍ଡରେ ଅନ୍‌କ୍ୟାପ୍ଡ ପ୍ଲେୟାରଙ୍କୁ ସାମିଲ କରାଯାଇଛି । IPL ୨୦୨୫ରେ ସବୁ ଟିମ୍ ନିଜ ରିଟେନ୍ ଲିଷ୍ଟ ୩୧ ଅକ୍ଟୋବର ମଧ୍ୟରେ ଦାଖଲ କରିବେ । କିନ୍ତୁ ଏହା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ ଟି-୨୦ ସିରିଜ । 

ଟିମ୍‌ରେ ସାମିଲ ହର୍ଷିତ ରାଣା KKR, ମୟଙ୍କ ଯାଦବ, LSG ଏବଂ ଅଲରାଉଣ୍ଡର ନୀତିଶ ରେଡ୍ଡି SRH ପାଇଁ ଆଇପିଏଲ୍‌ରେ ଖେଳୁଥିବା ନଜର ଆସିବେ । ଏହି ତିନି ଖେଳାଳି ଏବେ ଯାଏଁ ଅନ୍ତରାଷ୍ଟ୍ରୀୟ ଖେଳରେ ଡେବ୍ୟୁ କରିନାହାଁନ୍ତି । ଯଦି ଏହି ତିନ ଖେଳାଳି ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜରେ ଡେବ୍ୟୁ କରଯାଆନ୍ତି ତେବେ ସେମାନଙ୍କୁ ଆଇପିଏଲ୍‌ ମେଗା ଅକ୍ସନ କ୍ୟାପ୍ଡ ଖେଳାଳି ମାନ୍ୟତା ପାଇବେ । 

ଯେଉଁଥିପାଇଁ ଫ୍ରାଞ୍ଚାଇଜ୍ ୪ କୋଟି ଟଙ୍କାରେ ଏମାନଙ୍କୁ ରିଟେନ୍ କରିପାରିବ ନାହିଁ । ଏହି ଖେଳାଳିଙ୍କୁ ଟିମ୍‌ରେ ପୁଣିଥରେ ସାମିଲ କରିବାକୁ ଟିମ୍‌ ଗୁଡିକୁ  ଆକାଉଣ୍ଟ ଖାଲି କରିବାକୁ ପଡିବ । ଯଦିୋ ଏହା ରାଇଟ୍‌ ଟୁ ମ୍ୟାଚ୍ କୋର୍ଡ ଜରିଆରେ ହେଉନା କାହିଁ । LSG ର ପେସ ବୋଲର ମୟଙ୍କ ଯାଦବ ଯଦି ଟି-୨୦ରେ ଡେବ୍ୟୁ କରନ୍ତି ତେବେ ଆୟୁଷ ବଦୋନିଙ୍କୁ ଅନକ୍ୟାପ୍ଡ ଖେଳାଳି ଭାବେ ନିଜ ଟିମ୍‌ରେ ରିଟେନ୍ କରିପାରିବେ । 

ସେହିଭଳି KKR, ହର୍ଷିତ ରାଣାଙ୍କ ସ୍ଥାନରେ ସୂୟସ ଶର୍ମା ଏବଂ ବୈଭବ ଅରୋରା ମଧ୍ୟରୁ କିଏ ଜଣେ ଅନ୍‌କ୍ୟାପ୍ଡ ଖେଳାଳି ଭାବେ ରିଟେନ୍ କରିପାରନ୍ତି । ଅନ୍ୟପଟେ SRHକୁ ନୂଆ ଅନକ୍ୟାପ୍ଡ ଖେଳାଳିର ଆବଶ୍ୟକତା ରହିଛି ।  ଆଇପିଏଲ୍ ୨୦୨୪ରେ ନୀତିଶ ରେଡ୍ଡୀ ଉବୟ ବ୍ୟାଟ୍ ଓ ବଲ୍‌ରୁ କମାଲ କରିଥିଲେ । ଏବେ ମେଗା ଅକ୍ସନକୁ ଅପେକ୍ଷା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.