ରାଜନୀତି ପାଇଁ ଯଥେଷ୍ଟ ମୈଦାନ ଅଛି, ରାଜଭବନକୁ ତା ଭିତରକୁ ଟଣା ନଯାଉ : ମନମୋହନ

Published By : Prameya-News7 Bureau | October 04, 2024 IST

କଟକ ୪।୧୦: ରାଜନୀତି ପାଇଁ ଯଥେଷ୍ଟ ମୈଦାନ ଅଛି । ରାଜଭବନକୁ ତା ଭିତରକୁ ଟଣା ନଯାଉ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ରାଜଭବନରେ ଝାଡଖଣ୍ଡ ରାଜନୀତି ପାଇଁ ପ୍ରସ୍ତୁତି ଚାଲିଛି, ଏହା ବିଜେପି ଅଫିସ ପାଲଟିଯାଇଛି ବୋଲି ନିକଟରେ ଅଭିଯୋଗ କରିଥିଲା ବିଜେଡି । ତେବେ ଗୁରୁବାର କଟକ ଗସ୍ତରେ ଥିବା ବେଳେ ଏହାର ଜବାବ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜନୀତି ପାଇଁ ଖୋଲା ହୃଦୟ ଦରକାର । ସଂକୀର୍ଣ୍ଣତାର ଉର୍ଦ୍ଧ୍ବକୁ ଯାଇ ରାଜନୀତି ହେଉ ବୋଲି ସେ କହିଛନ୍ତି ।

You Can Read:

ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ର, ଉଦ୍ଧାର କାର୍ଯ୍ୟ ଜାରି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.