ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ର, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | October 04, 2024 IST

Breaking_1

କଟକ ୪।୧୦: ମହାନଦୀରେ ଗାଧୋଇବା ବେଳେ ଅଘଟଣ । ବୁଡି ଯାଇ ଦୁଇ ଛାତ୍ର ନିଖୋଜ ହୋଇଛନ୍ତି । ଜଗତପୁର ବାଲିସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କଟକ ଜଗତପୁର ବାଲିସାହି ନିକଟ ମହାନଦୀରେ ଗାଧାଉଥିଲେ ଦୁଇ ଛାତ୍ର । ଅସାବଧାନତା ବଶତଃ ନଦୀରେ ବୁଡିଯାଇ ଦୁଇ ଛାତ୍ର ନିଖୋଜ ହୋଇଛନ୍ତି । ଖବର ପାଇ ଚଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ନିଖୋଜ ଦୁଇ ଛାତ୍ର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସୂଚନା ରହିଛି ।

You Can Read:

କୋରାପୁଟ ପୌର ପରିଷଦ ଅଞ୍ଚଳରେ ଅଜଣା ଜ୍ବର ଆତଙ୍କ, ଗାଁରେ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ଟିମ୍


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.