ତେଲକୋଇ ୧୧।୩: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଆଇରନ୍ ବୋଝେଇ ଟ୍ରକ୍ । ଗାଡ଼ିରୁ ଡେଇଁ ବର୍ତ୍ତିଗଲେ ଡ୍ରାଇଭର । ଗାଡି ଟାୟାର ଗରମ ହୋଇଯିବାରୁ ନିଆଁ ଲାଗିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଛକ ନିକଟ ବିଛା ଖଣି ଠାରେ ହୁତୁ ହୁତୁ ହୋଇ ଏକ ଆଇରନ ବୋଝେଇ ଟ୍ରକ୍ ଜଳି ଯାଇଛି । କେନ୍ଦୁଝର ପଟୁ ପାଲଲହଡ଼ା ପଟକୁ ଟ୍ରକଟି ଯାଉଥିବା ବେଳେ ହଠାତ ରାସ୍ତା ମଝିରେ ଟ୍ରକ୍ ଟି ଜଳି ଯାଇଥିଲା । ନିଆଁ ଲାଗିବା ଦେଖି ଡ୍ରାଇଭର ଗାଡିରୁ ଡେଇଁ ପଡ଼ିଥିଲେ । ଫଳରେ ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
କେନ୍ଦୁଝର ପଟୁ ଆସିବା ବେଳେ କାଞ୍ଜିପାଣି ଘାଟି ଓହ୍ଲାଇବା ପରେ ଗାଡ଼ିର ଟାୟାର ଗରମ ହୋଇ ନିଆଁ ଲାଗିଥିବା ଗାଡି ଡ୍ରାଇଭର ପ୍ରକାଶ କରିଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରଖିଛି ।
You Can Read:
ଗତ ୧୦ବର୍ଷରେ ହାତୀ-ମଣିଷ ସଂଘର୍ଷରେ ଯାଇଛି ୧୨୦୯ ଲୋକଙ୍କ ଜୀବନ, ୮୮୮ ହାତୀଙ୍କ ମୃତ୍ୟୁ ହୋଇଛି