ରାଉରକେଲା ୧୨/୦୩: ଆକ୍ସନ୍ ମୋଡ୍ରେ ରାଉରକେଲା ପୋଲିସ । ଦୀର୍ଘ ଦିନ ଧରି ନିଦ ହଜାଇଥିବା ଦୁର୍ଦ୍ଦାନ୍ତ ଅପରାଧିକୁ ବିଶ୍ରା ଥାନା ଅଞ୍ଚଳରେ ଏନକାଉଣ୍ଟର କଲା ପୋଲିସ । ଘାଇଲା ହେଲା ୩୨ ବର୍ଷୀୟ ବିୟୁସ ଲାଖୁଆ । ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଏନ୍କାଉଣ୍ଟର ପରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ଚାଲିଛି ।
ସୂଚନାଥାଉକି, ରାଉରକେଲା ସହ ଝାଡଖଣ୍ଡ ଅଞ୍ଚଳରେ ବେଆଇନ ବାଲି ବେପାର, ଦାଦା ବଟି ଆଦାୟ, ରାହାଜାନୀ, ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅପରାଧ କରି ପୋଲିସର ନିଦ ହଜାଇଥିଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ । ଏନେଇ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଥିଲା । ପୋଲିସ ବିୟୁସ ଲାଖୁଆକୁ ଖୋଜିବା ସହ ତଦନ୍ତ ଚଳାଇଥିଲା । ଏହାରି ମଧ୍ୟରେ ଏକ ଗୁଳିକାଣ୍ଡ ଘଟଣାରେ ବିୟୁସ ଲାଖୁଆ ଧରା ପଡ଼ିଥିଲା ଏବଂ ଜେଲ୍ ଯାଇଥିଲା ।
୪ ବର୍ଷ ଜେଲ୍ ଦଣ୍ଡ କାଟିବା ପରେ ବାହାରକୁ ଆସି ପୁଣି ଥିରେ ଉତ୍ପାତ କରୁଥିଲା । ଯାହାକୁ ନେଇ ପୋଲିସ ଚିନ୍ତାରେ ପଡ଼ିଥିଲା । ଶେଷରେ ରାଉରକେଲାର ବିଶ୍ରା ଥାନା ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆକୁ ଏନକାଉଣ୍ଟର କରିଛି । ଏହି ଏନକାଉଣ୍ଟରରେ ଅପରାଧୀର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାର ଚିକିତ୍ସା ଚାଲିଛି ।