ଚାନ୍ଦବାଲି ୧୨।୦୩ : ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଦୋହରା ପାଟଣା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୩୫ ନମ୍ବର ରାଜ୍ୟ ରାଜପଥରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବାଇକ୍ । ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।
ଖବର ଅନୁଯାୟୀ, ଦୁଇ ଜଣ ଯୁବକ ଆରଡ଼ିରୁ ଭଦ୍ରକ ଅଭିମୁଖେ ଯାଉଥିଲେ । ଏହି ସମୟରେ ହଠାତ୍ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଛି । ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଭଦ୍ରକ ପୀରହାଟ ଥାନା ତଳଦୁମୁକା ଗାଁର ଚନ୍ଦନ ଜେନା ଓ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ବଜରାପାଟ ଗାଁ ଶିବ ଜେନା ବୋଲି ଜଣାପଡିଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ଆରଡ଼ି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।