ଗତ ୧୦ବର୍ଷରେ ହାତୀ-ମଣିଷ ସଂଘର୍ଷରେ ଯାଇଛି ୧୨୦୯ ଲୋକଙ୍କ ଜୀବନ, ୮୮୮ ହାତୀଙ୍କ ମୃତ୍ୟୁ ହୋଇଛି

Published By : Prameya-News7 Bureau | March 11, 2025 IST

ଭୁବନେଶ୍ବର ଗତ ୧୦ ବର୍ଷରେ ହାତୀ-ମଣିଷ ସଂଘର୍ଷରେ ଯାଇଛି ୧୨୦୯ ଲୋକଙ୍କ ଜୀବନ । ଏଥିରେ ୬ ଲକ୍ଷ ଟଙ୍କାର ଅନୁକମ୍ପା ଦିଆଯାଇଛି । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । 

ବିଗତ ୧୦ ବର୍ଷରେ ୮୮୮ଟି ହାତୀଙ୍କ ମୃତ୍ୟୁ ହୋଇଛି । ଏଥିରୁ ଶିକାରରେ ୩୩, ଯୋଜନାବଦ୍ଧ ହତ୍ୟା ୧୬, ବିଦ୍ୟୁତ ଆଘାତରେ ୧୫୮, ବିଭିନ୍ନ ରୋଗରେ ୩୦୬, ସଡ଼କ-ରେଳ ଦୁର୍ଘଟଣାରେ ୩୭ ହାତୀଙ୍କ ଜୀବନ ଯାଇଛି ବୋଲି ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।

୨୦୨୪ରୁ ଆଜି ଯାଏଁ ୧୪୬ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ ସେମାନଙ୍କ ମରଶରୀର ଗାଁକୁ ଅଣାଯାଇଛି ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଗୃହରେ ଲିଖିତ ଉତ୍ତର ଦେଇଛନ୍ତି ।

You Can Read:

ଉତ୍କଳ-କଳିଙ୍ଗ-କୋଶଳ ମିଶି ଓଡ଼ିଶା ତିଆରି ହୋଇଥିଲା, ବନ୍ଦେ ଉତ୍କଳ ଜନନୀରେ କେବଳ ଓଡ଼ିଶାର ପ୍ରଶଂସା ଅଛି : ଜୟନାରାୟଣ

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.