କୋରାପୁଟ ପୌର ପରିଷଦ ଅଞ୍ଚଳରେ ଅଜଣା ଜ୍ବର ଆତଙ୍କ, ଗାଁରେ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ଟିମ୍

Published By : Prameya-News7 Bureau | October 04, 2024 IST

କୋରାପୁଟ ୪।୧୦: କୋରାପୁଟ ପୌର ପରିଷଦ ୱାର୍ଡ଼ ନଂ ୧୭ରେ ଅଜଣା ଜ୍ବର ଆତଙ୍କ । ଛୋଟରୁ ବଡ଼ ସବୁ ବୟସର ଲୋକଙ୍କୁ ଜ୍ୱର ହେଉଛି । ଏଭଳି ଖବର ପାଇ ଗାଁରେ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ଟିମ୍ ପହଞ୍ଚିଛି । ଘରକୁ ଘର ବୁଲି ସ୍ଵାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଗୁରୁତରଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି । ଅଜଣା ଜ୍ବରକୁ ନେଇ ଗ୍ରାମବାସୀ ଭୟଭୀତ ଅଛନ୍ତି ।

ଘରକୁ ଘରକୁ ବୁଲି ପରୀକ୍ଷା ପରେ ସରକାରୀ ଭାବେ ଦୁଇ ଜଣ ଓ ବେସରକାରୀ ଭାବେ ଜଣେ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ବବିତା ଖରା ସୂଚନା ଦେଇଛନ୍ତି ।

You Can Read:


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.