ଯରପା ଗାଁରେ ଡବଲ ମର୍ଡର, ଗୁଣି ଗାରେଡି ସନ୍ଦେହରୁ ହତ୍ୟା !

Published By : Prameya-News7 Bureau | December 09, 2024 IST

Breaking_1

ନାରାୟଣପାଟଣା ୦୯।୧୨ : ଅନ୍ଧ ବିଶ୍ୱାସରେ କରୁଣ ପରିଣତି । ଗୁଣିଗାରେଡି ସନ୍ଦେହରେ ହତ୍ୟା । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଘଟିଛି ଏପରି ଅଭାବନୀୟ ଘଟଣା ।  

ଖବର ଅନୁଯାୟୀ, ଯାରପା ଗାଁର ଜଙ୍ଗମା ମାନିଆକା ନାମକ ଜଣେ ବ୍ୟକ୍ତି ହଠାତ୍‌ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିଲେ । ଗୁଣିଗାରେଡି ନେଇ ଜଙ୍ଗମାଙ୍କୁ ହତ୍ୟା କରିଥିବା ଗାଁ ଲୋକେ ସନ୍ଦେହ କରିଥିଲେ । ଗାଁର ଶିବ ମିନିଆକା ଗୁଣି କରିଥିବା ହତ୍ୟା କରିଥିବା ସନ୍ଦେହ କରିଥିଲେ ପରିବାର ଲୋକ । ସେପଟେ ଶିବୁଙ୍କୁ ମଧ୍ୟ କିଏ ହତ୍ୟା କରିଦେଇଛି । ଯାହାକୁ ନେଇ ଗାଁରେ ହଇଚଇ ଖେଳିଯାଇଛି । ତେବେ ବର୍ତ୍ତମାନ ଯାଏଁ ବନ୍ଧୁଗାଁ ପୋଲିସ ନିକଟରେ ଡବଲ ମର୍ଡର ସଂପର୍କରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.