ଖୁବ୍‌ଶୀଘ୍ର ଆରମ୍ଭ ହେବ ଗୋଦାବରୀଶ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ଯୋଜନା : କୋରାପୁଟ ବିଧାୟକ

Published By : Prameya-News7 Bureau | December 19, 2024 IST

ବୈପାରୀଗୁଡା ୧୯।୧୨: ବଦଳିବ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା l ଖୁବ୍‌ଶୀଘ୍ର ଗୋଦାବରୀଶ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବ l ଯାହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଅଧିକ ଉନ୍ନତି ହେବ l ଏଭଳି କହିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ  l 

କୋରାପୁଟ ବୈପାରୀଗୁଡା ସ୍ଥିତ ଆଦର୍ଶ ବିଦ୍ୟାଳୟର ୯ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶିକ୍ଷା ବ୍ୟବସ୍ଥାକୁ ନେଇ କହିଛନ୍ତି, ନୂଆ ସରକାର ଶିକ୍ଷା ପ୍ରତି ଗୁରୁତ୍ୱ ଦେଇଛନ୍ତି l ଆଗାମୀ ଶିକ୍ଷାବର୍ଷ ଯୋଜନାରେ ପ୍ରତି ପଞ୍ଚାୟତରେ  ଗୋଦାବରୀଶ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ଖୋଲିବ ମନ୍ତ୍ରୀ କହିଛନ୍ତି । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃର କରାଯାଇଥିଲା  l ଦଶମ ଶ୍ରେଣୀର ଆୟୁସ ସ୍ୱାଇଁ ଚଳିତ ବର୍ଷର ଷ୍ଟୁଡେଣ୍ଟ ଅଫ ଦ ଇୟର ବିଜେତା ହୋଇଛନ୍ତି  l ବୈପାରୀଗୁଡା ଆଦର୍ଶ ବିଦ୍ୟାଳୟର ଭଲ ରେଜଲ୍ଟ ପାଇଁ ଚେଷ୍ଟା କରୁଛୁ ବୋଲି ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସପାଲ ଶଶୀଭୂଷଣ ମହାପାତ୍ର କହିଛନ୍ତି l 

You Can Read:

ଲଙ୍କା ତୋଳିବାକୁ ଯାଇ ଆଉ ଫେରିଲେନି, ଜମିରେ ପଡ଼ିଛି ମୃତଦେହ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.