କୋରାପୁଟ ୨୮।୧: କୋରାପୁଟ ଜିଲ୍ଲା ଉମୁରି ବ୍ଲକ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରି ପିଲାଙ୍କୁ ପାଠ ପଢାଇଲେ ବିଡ଼ିଓ ଦେବାଶିଷ ଗୌଡ଼ । ଅଚାନକ ବିଡ଼ିଓ ସ୍କୁଲ ଗସ୍ତ କରି ବିଦ୍ୟାଳୟରେ ୪ ଜଣ ଶିକ୍ଷକଙ୍କ ଅନୁପସ୍ଥିତିକୁ ନେଇ ବିରକ୍ତି ପ୍ରକାଶ କରିବା ସହ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ଉମୁରି ବ୍ଲକ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହଠାତ ପହଞ୍ଚି ଯାଇଥିଲେ ଉମୁରି ବ୍ଲକ୍ ବିଡ଼ିଓ ଦେବାଶିଷ ଗୌଡ଼ । ସ୍କୁଲରେ ପହଞ୍ଚି ସପ୍ତମ ଶ୍ରେଣୀ ପିଲାଙ୍କୁ ସ୍ମାର୍ଟ ବୋର୍ଡରେ ପାଠ ପଢାଇଥିଲେ । ସେଠାରେ ପିଲାଙ୍କ ସହ ଅଳ୍ପ ସମୟ ବିତାଇଥିଲେ ।
ପରେ ମଧ୍ୟାହ୍ନ ଭୋଜନର ମାନ ଦେଖିବା ସହ ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ବିଡ଼ିଓଙ୍କ ଏଭଳି ଅଚାନକ ଗସ୍ତ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
You Can Read:
ଶିମିଳିପାଳରେ ଶିକାରୀ ସକ୍ରିୟ : AI କ୍ୟାମେରାରେ ଧରାପଡ଼ିଲେ ୫ ଶିକାରୀ