ଦୀର୍ଘଦିନର ଦାବି ହେଲା ପୂରଣ, ବସ୍‌ରେ ଅଯୋଧ୍ୟା ଗଲେ କୋରାପୁଟବାସୀ

Published By : Prameya-News7 Bureau | January 27, 2025 IST

କୋରାପୁଟ୨୭/୧:  କୁମ୍ଭମେଳାରେ ସାମିଲ ହେବାକୁ କୋରାପୁଟରୁ ଅଯୋଧ୍ୟାକୁ ଗଡିଲା ପ୍ରଥମ ସରକାରୀ ବସ୍‌ । ସବୁ ସୁବିଧା ଥିବା ସେମି ସ୍ଲିପର ଭୋଲ୍ଭୋ ବସ୍‌ କୋରାପୁଟରୁ ବାରାଣାସୀ ପ୍ରୟାଗରାଜ ଦେଇ ଅଯୋଧ୍ୟାକୁ ଯାତ୍ରା କରିଛି । କୋରାପୁଟ ସଂସ୍କୃତି ଭବନରେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ମ୍ୟୁନିସିପାଲିଟି ଚେୟାରମ୍ୟାନ ଓ ଓଏସଆରସିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଦୀର୍ଘଦିନ ଧରି କୋରାପୁଟ ଠାରୁ ପ୍ରୟାଗରାଜ କୁମ୍ଭ ମେଳାକୁ ସରକାରୀ ବସ୍‌ ଚଳାଚଳ ପାଇଁ ଦାବି ହୋଇ ଆସୁଥିଲା । କୋରାପୁଟ ଠାରୁ କୌଣସି ସାଧନ ନଥିବା ସହ ବସ୍‌ ଟ୍ରେନର ସୁବିଧା ନଥିବାରୁ ଲୋକେ କୁମ୍ଭମେଳାକୁ ଯାଇପାରୁନଥିଲେ । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ଖୁସି ବ୍ୟକ୍ତ କରିବା ସହ ଧନ୍ୟବାଦ ଜଣାଇଛନ୍ତି କୋରାପୁଟ ବାସିନ୍ଦା ।

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.