ଲମତାପୁଟ ୨୧।୦୧ : କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ଅଘଟଣ । ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ମୃତକ ନନ୍ଦପୁର ଥାନା ଗେରୁପୁଟ ଗାଁର ବଳରାମ ଗୋଲେଲ୍ ଓ ବଲା ଗୋଲେଲ୍ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ବଳରାମ ଗାଲେଲ୍ ଓ ବଲା ଗାଲେଲ୍ ନନ୍ଦପୁର ହାଟ ପଦା ନିକଟରେ ଏକ ଚା ଦୋକାନ କରନ୍ତି । ସୋମବାର ସନ୍ଧ୍ୟା ସମୟରେ ସ୍ୱାମୀ-ସ୍ତ୍ରୀ କାଠ ଆଣିବା ପାଇଁ ଉଭୟ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ, ହେଲେ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ ।ଶେଷରେ ଗାଁ ଲୋକେ ତାଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲେ । କିଛି ସମୟ ଧରି ଖୋଜିବା ପରେ ଜଙ୍ଗଲ ଭିତରେ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସହିତ ଉଭୟଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।
ଅନ୍ୟପଟେ ନନ୍ଦପୁର ପୋଲିସ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି । ଏହାସହ ଉଭୟଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଇଛି। ପୋଲିସ ତଦନ୍ତର ପ୍ରାଥମିକ ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।
ବଙ୍ଗୋପସାଗରରେ ଗୁରୁଚାପ ବଳୟ; ବୁଧବାରଠୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସତର୍କତା ଜାରି