ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା, ଓଡ଼ିଶାରେ ବାହାରେ ଥିବା ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ସହାୟତା

Published By : Prameya-News7 Bureau | January 21, 2025 IST

ଭୁବନେଶ୍ୱର ୨୧।୦୧ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ଓଡ଼ିଶା ବାହାରେ ରହୁଥିବା ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା । ଜିଲ୍ଲା ଓ୍ୱାରୀ ରିଭ୍ୟୁରୁ ଆସିଛି ଏପରି ତଥ୍ୟ । ତେଣୁ ସେମାନ ଯଦି ଆବେଦନ କରିବେ, ତେବେ ସେମାନଙ୍କ କଥାକୁ ବିଚାରକୁ ନିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । 

ସେ କହିଛନ୍ତି ଯେ, ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ସହାୟତା ମିଳିବ । ଏହିକ୍ରମରେ ବାଦ୍‌ ପଡିଥିବା ହିତାଧିକାରୀଙ୍କ ପାଇଁ ଜିଲ୍ଲାଓ୍ୱାରୀ ରିଭ୍ୟୁ ହୋଇଥିଲା । ଯେଉଁଥିରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଏହାବ୍ୟତୀତ ରାଜ୍ୟ ବାହାରେ ରହୁଥିବା ମହିଳାଙ୍କ ସୁଭଦ୍ରା ସହାୟତା ମିଳିବା ଉଚିତ୍‌ । ଏଥିପାଇଁ ସେମାନେ ଆବେଦନ କରିବା ଉଚିତ୍‌ । ଯଦି ସେମାନେ ଆବେଦନି କରିବେ । ତେବେ ସେମାନଙ୍କୁ ଟଙ୍କା ମିଳିବ । ଶେଷ ହିତାଧିକାରୀଙ୍କ ପାଖରେ ସୁଭଦ୍ରା ପହଞ୍ଚିବାକୁ ଟାର୍ଗେଟ ରଖିଛୁ । ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରାକ ଟଙ୍କା ମିଳିବ । ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଟଙ୍କା ମିଳିବ ।

ସୂଚନାଯୋଗ୍ୟ ଯେ, ନଭେମ୍ବର ୨୪ରେ ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଥିଲେ ମୁଖ୍ୟମନ୍ତ୍ରୀ । ସିଧାସଳଖ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯାଇଥିଲା ସୁଭଦ୍ରା ଟଙ୍କା। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଥିଲେ, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ। ଏବେ ବି ଅନେକ ମହିଳା ଆବେଦନ କରି ସହାୟତା ଅପେକ୍ଷାରେ ଅଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସ୍ଥିର କରିଛି ବିଭାଗ । ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଯାଇଛି । ୩ଟି ପର୍ଯ୍ୟାୟରେ ମୋଟ୍‌ ୮୦ ଲକ୍ଷ ୩୫ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ମିଳିସାରିଲାଣି । ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

WAOର ପ୍ରଞ୍ଚମ ସଂସ୍କରଣ ; ମହିଳାଙ୍କୁ ସମ୍ମାନ ଦେବାକୁ ପ୍ରମେୟ ଓ ନ୍ୟୁଜସେଭେନ୍ ଏବଂ ସୋଆ ପ୍ରାଚୀନର ପ୍ରଚେଷ୍ଟା

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.