ଡମ୍ଫିୟାର୍ଡରେ ସ୍କୁଲ ପୋଷାକ ଓ ଜୋତା, କିଏ ଓ କାହିଁକି ଫିଙ୍ଗିଲା କାରଣ ଅସ୍ପଷ୍ଟ,ପ୍ରଶାସନର ମିଳିନି ପ୍ରତିକ୍ରିୟା

Published By : Prameya-News7 Bureau | November 17, 2024 IST

କୋରାପୁଟ ୧୭/୧୧: ଅଳିଆ ଗଦାରେ ସ୍କୁଲ ଡ୍ରେସ ଓ ଜୋତା । ଡମ୍ଫିୟାର୍ଡରେ ପଡିଛି ଲକ୍ଷାଧିକ ଟଙ୍କାର ଜିନିଷ । କିଏ ଓ କାହିଁକି ଏଭଳି ଫୋପାଡିଦେଇଛି ତାକୁ ନେଇ ଉଠିଛି ପ୍ରଶ୍ନ । କୋରାପୁଟ ଜିଲ୍ଲା ବୈପାରୀଗୁଡା ଗାଁ ମଶାଣି ନିକଟରେ ଥିବା ଡମ୍ଫିୟାର୍ଡରେ ସ୍କୁଲ ଓ ଅଙ୍ଗନବାଡି ପିଲାଙ୍କୁ ଯୋଗାଇ ଦିଆଯାଉଥିବା ପୋଷାକ ସହ ପ୍ରାୟ ୩ଶହ ଜୋତା ପଡିଥିବା ଦେଖିବାକୁ ମିଳିଛି । ପ୍ରଥମେ ଜଣେ ଗାଈ ଚୋରାଳି ଏସବୁ ଦେଖିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । 

ପୋଷାକରେ ଲାଗିଛି ଆମେ ଗଢିବୁ ନୂଆ ଓଡ଼ିଶା ଲୋଗୋ । ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ପୋଷାକ ଓ ଜୋତା ବଣ୍ଟନ ପରିବର୍ତ୍ତେ ଫିଙ୍ଗିବା ପଛର କାରଣ କଣ ହୋଇପାରେ ? ଘଟଣା ପଛରେ କାହାର ହାତ ରହିଛି ? ଏମିତି ନାନା ପ୍ରଶ୍ନ ସାମ୍ନାକୁ ଆସୁଛି । ଏନେଇ ସଂପୃକ୍ତ ବିଭାଗ ନିକଟରେ କିଛି ଖବର ନାହିଁ । ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏ ସଂପର୍କରେ ମୁହଁ ଖୋଲୁନାହାନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଧିବଦ୍ଧ ଭାବରେ ତଦନ୍ତ କରି  ପ୍ରକୃତ ସତ ସାମ୍ନାକୁ ଆଣିବାକୁ ଦାବି ହୋଇଛି । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.