ଗାଁ ରାସ୍ତାର ଅବସ୍ଥା ଖରାପ, ଖଟିଆରେ ବୁହା ହେଲେ ରୋଗୀ

Published By : Prameya-News7 Bureau | December 08, 2024 IST

ବୈପାରିଗୁଡ଼ା ୦୮।୧୨ : ଖଟିଆରେ ବୁହା ହେଲେ ରୋଗୀ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ଡାଇନିଛୁଆଁ ଗାଁରୁ ଆସିଛି ଏପରି ଏକ ଘଟଣା । 

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଡାଇନିଛୁଆଁ ଗାଁର ଦୈତାରୀ ଖିଲଙ୍କ ଅଣ୍ଟା ବ୍ୟଥା ହୋଇଥିଲା । ଏହାପରେ ପରିବାର ଲୋକ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । ହେଲେ ରାସ୍ତା ଖରାପ ଲାଗି ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଶେଷରେ ବାଧ୍ୟ ହୋଇ ଦୈତାରୀଙ୍କୁ ଖଟିଆରେ ବୋହି ନେଇଥିଲେ ପରିବାର ଲୋକ । ୪ କିଲୋମିଟର ପାଦ ଚଲା ପାହାଡିଆ ରାସ୍ତା ବୋହି ଲମତାପୁଟ ବ୍ଲକର ମୁଣ୍ଡାପୁଟରେ ପହଞ୍ଚିଥିଲେ । ଏହାପରେ ଏକ ଆମ୍ବୁଲାନ୍ସ ଯୋଗେ ଲମତାପୁଟ ସ୍ଥିତ ଆଶାକିରଣ ମେଡିକାଲରେ ଭର୍ତ୍ତି କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.