ସଲମାନ୍, ଦୀପିକା ଓ ରଣବୀର ଠୁ ଆଲିଆ ଅନନ୍ତଙ୍କ ସଙ୍ଗୀତ ସେରିମନୀରେ ଲଗାଇଲେ ଚାରଚାନ୍ଦ

Published By : Prameya-News7 Bureau | July 06, 2024 IST

Tv9

ମୁମ୍ବାଇ 06/07 : ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚେଣ୍ଟ୍ ସଂଗୀତ ସମାରୋହର ଚର୍ଚ୍ଚା ଦେଶରୁ ନେଇ ବିଦେଶ ସବୁଠି। ଖୁବଶୀଘ୍ର ଅନନ୍ତ ଏବଂ ରାଧିକା ବିବାହ କରିବାକୁ ଯାଉଛନ୍ତି । ବିବାହ ପୂର୍ବର ସବୁ କାର୍ଯ୍ୟକ୍ରମ ଧୁମଧାମରେ ଚାଲିଛି।  ଗତକାଲି ଅମ୍ବାନୀ ପରିବାର  ଅନନ୍ତ ଓ ରାଧିକାର ସଂଗୀତ ସେରିମନୀ ଆୟୋଜନ କରିଥିଲା। ଯେଉଁଠି ବଲିଉଡ୍ ତାରକାଠୁ ନେଇ ବଡ଼ ବଡ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ। ଏହି  ସଂଗୀତ ସମାରୋହର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାଇରାଲ ହେଉଥିବା ଭିଡିଓରେ ରଣଭୀର ସିଂ, ଦୀପିକା ପାଦୁକୋନ, ସଲମାନ ଖାନ, ଆଲିଆ ଭଟ୍ଟ, ରଣବୀର କପୁର, ସିଦ୍ଧାର୍ଥ ମଲହୋତ୍ରା, କିଆରା ଆଡଭାନୀଙ୍କ ସମେତ କ୍ରିକେଟ୍ ଜଗତର ଅନେକ ବଡ ବଡ଼ ବ୍ୟକ୍ତିତ୍ୱଙ୍କୁ ଦେଖିବାକୁ ମିଳିଥିଲା। ସମସ୍ତ ତାରକା ସଙ୍ଗୀତ୍ ନାଇଟ୍ ବହୁତ ଉପଭୋଗ କରିଥିଲେ । ସଙ୍ଗୀତ ସେରିମନୀର  ଏକ ଭିଡିଓ ସୋସିଆଲ୍ ମିଡିଆରେ ସେଆର୍ କରାଯାଇଥିଲା। ଯେଉଁଥିରେ  ରଣଭୀର ସିଂ ସଲମାନ ଖାନଙ୍କ ଫିଲ୍ମ ନୋ ଏଣ୍ଟ୍ରିର ଏକ ଗୀତରେ ପରଫର୍ମ କରୁଥିବା ଦେଖିବାକୁ ମିଳିଥିଲା। ଏହା ସହରଣଭୀର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାୟ ସମସ୍ତଙ୍କୁ ନିଜର ଡ୍ୟାନ୍ସ ପରଫର୍ମାନ୍ସ ସହିତ ନାଚିବାକୁ ବାଧ୍ୟ କରିଦେଇଥିଲେ ।  ରଣଭୀରଙ୍କ ବ୍ୟତୀତ ଦୀପିକା ପାଦୁକୋନଙ୍କ ଲୁକ୍ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ଏକ ପରପଲ୍ ରଙ୍ଗର ଶାଢୀ ପିନ୍ଧିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । 

Also Read- କେମୋଥେରାପି ପୂର୍ବରୁ ଚୁଟି କାଟିଲେ ହିନା ଖାନ, ଝିଅର ଯନ୍ତ୍ରଣା ଦେଖି କାନ୍ଦି ପକାଇଲେ ମାଆ 

ଆଉ ଏକ ଭିଡିଓରେ ଦେଖିବାକୁ ମିଳିଥିଲେ କ୍ୟାମେରାର ପୂରା ଫୋକସ୍ ଥିଲା ଭାଇଜାନଙ୍କ ଉପରେ ।  ସୁପରଷ୍ଟାର ସଲମାନ୍ ଯେତେବେଳେ ଅନନ୍ତଙ୍କୁ ଭେଟନ୍ତି ସେତେବେଳେ , ଅନନ୍ତ ମଧ୍ୟ ଠିଆ ହୋଇ ଭାଇଜାନଙ୍କୁ ସ୍ୱାଗତ କରନ୍ତି ।  ଉଭୟ ଏକାଠି ବସି କାର୍ଯ୍ୟକ୍ରମକୁ ଉପଭୋଗ କରନ୍ତି । ଆଲିଆ ଏବଂ ରଣବୀର ମଧ୍ୟ ଏକାଠି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।  ଦୁହେଁ ମ୍ୟାଚିଂ ମ୍ୟାଚିଂ ପୋଷାକ ପିନ୍ଧିଥିଲେ। ଗୋଟିଏ କ୍ଲିପ୍‌ରେ ଜାନଭୀ କପୁର ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କୁ ଭେଟି ତାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.