ବିବାହ ବନ୍ଧନରେ ବାନ୍ଧିହେଲେ ବରଲକ୍ଷ୍ମୀ-ନିକୋଲାଇ, ରିସେପସନ୍‌ ପାଇଁ ଚେନ୍ନାଇରେ ଭବ୍ୟ ଆୟୋଜନ

Published By : Prameya-News7 Bureau | July 03, 2024 IST

TOI

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ ବରଲକ୍ଷ୍ମୀ ସରଥକୁମାର ଏବଂ ଆର୍ଟ ଗ୍ୟାଲେରିଷ୍ଟ ନିକୋଲାଇ ସଚ୍ଚଦେବ। ଥାଇଲାଣ୍ଡରେ ଜୁଲାଇ ୨ ଅର୍ଥାତ୍‌ ମଙ୍ଗଳବାର ବିବାହ ସମ୍ପନ୍ନ ହୋଇଛି। ଉଭୟେ ବିବାହ ଘୋଷଣା କରିବାବେଳେ ସମାନ ଅନୁଭବ ସେୟାର କରିଛନ୍ତି। ସେମାନଙ୍କର ବିବାହ ଫଟୋ ୪ ଜୁଲାଇରେ ସେୟାର କରାଯିବ। ପ୍ରି ଓ୍ୱେଡିଂ ସେରିମନି ଜୁନ୍ ୩୦ରେ ମେହେନ୍ଦୀ ସମାରୋହରୁ ଆରମ୍ଭ ହୋଇଥିଲା।

ଜୁଲାଇ ୨ରେ ସରଥକୁମାର ଏବଂ ନିକୋଲାଇ ତାମିଲରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ବିବାହ ଜୁଲାଇ ୨ରେ ହୋଇଛି। ସମୟ ଅଭାବ ହେତୁ ଉଭୟେ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରି ନ ଥିବାରୁ ଗଣମାଧ୍ୟମ ଜରିଆରେ କ୍ଷମା ମାଗିଥିଲେ। ବିବାହ ପରେ ସେ ତାଙ୍କ ପରିବାର ସହିତ ସମସ୍ତଙ୍କୁ ଭେଟିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। 

ଏଥିସହ ସେମାନେ ଜୁଲାଇ ୪ରେ ବିବାହ ଫଟୋ ପୋଷ୍ଟ କରାଯିବ ବୋଲି ଘୋଷଣା କରିଛନ୍ତି। ପ୍ରି ଓ୍ୱେଡିଂ ସେରିମନି ଅବସରରେ ଜୁଲାଇ ୩୦ରେ ନିକୋଲାଇ ସଚ୍ଚଦେବ ଏବଂ ତାଙ୍କ ପରିବାରକୁ ସ୍ୱାଗତ କରାଯାଇଥିଲା। ସେହିଦିନ ସନ୍ଧ୍ୟାରେ ଚେନ୍ନାଇର ଏକ ବିଳାସପୂର୍ଣ୍ଣ ହୋଟେଲରେ ମେହେନ୍ଦି ସମାରୋହ ଅନୁଷ୍ଠିତ ହୋଇଥିଲା। ମେହେନ୍ଦୀର ଥିମ୍ ଗ୍ରୀନ୍ ଥିଲା। ବରଲକ୍ଷ୍ମୀ ସାରଥକୁମାର ଏବଂ ନିକୋଲାଇ ଗ୍ରୀନ୍ କଷ୍ଟ୍ୟୁମରେ ନଜରରେ ଆସିଥିଲେ। 

ଯଦିଓ ଏହି କପଲ୍ ୧୪ ବର୍ଷ ଧରି ପରସ୍ପରକୁ ଜାଣିଥିଲେ, କିନ୍ତୁ ସେମାନେ କେବଳ ଡେଟିଂ କରୁଥିଲେ। ଜୁଲାଇ ୪ରେ ନବ ବିବାହିତ ଦମ୍ପତି ଚେନ୍ନାଇରେ ଏକ ବିଶାଳ ରିସେପ୍ସନ୍ ଆୟୋଜନ କରିବେ, ଯେଉଁଥିରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅତିଥି ଏବଂ ରାଜନେତାମାନେ ଯୋଗଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.