ବିଜୟପାଲ ସିଂ ତୋମାର ଓଡ଼ିଶା ପ୍ରଭାରୀ ନିଯୁକ୍ତ, ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ବ

Published By : Prameya-News7 Bureau | July 05, 2024 IST

ଭୁବନେଶ୍ବର ୫: ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି । ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶାର ପ୍ରଭାରୀ ଦାୟିତ୍ବ ପ୍ରଦାନ କରିଛି ଦଳ । ଓଡ଼ିଶାର ନିର୍ବାଚନ ପ୍ରଭାରୀ ଥିଲେ ବିଜୟ ପାଲସିଂ ତୋମାର । ନିର୍ବାଚନ ସଫଳତା ପରେ ବିଜୟଙ୍କୁ ନୂଆ ଦାୟିତ୍ବ ମିଳିଛି । ସେହିଭଳି ଲତା ଉସେଣ୍ଡିଙ୍କୁ ଓଡ଼ିଶାର ସହପ୍ରଭାରୀ ଦାୟିତ୍ବ ମିଳିଛି ।

ସେପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀ କେରଳ ସହପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି । ସାଂସଦ ସମ୍ବିତ ପାତ୍ର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସଂଯୋଜକ ନିଯୁକ୍ତ ହୋଇଛନ୍ତି । 

ସେହିଭଳି ବରିଷ୍ଠ ନେତା ବିନୋଦ ତାୱଡ଼େ ବିହାର ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଅନୀଲ ଆଣ୍ଟୋନୀଙ୍କୁ ମେଘାଳୟ ଓ ନାଗାଲାଣ୍ଡ ପ୍ରଭାରୀ ଦାୟିତ୍ବ ମିଳିଛି । ପଞ୍ଜାବ ପ୍ରଭାରୀ ଭାବେ ଦାୟିତ୍ବ ପାଇଛନ୍ତି ବିଜୟ ରୂପାନୀ । ଦୁଷ୍ୟନ୍ତ କୁମାର ଗୌତମଙ୍କୁ ଉତ୍ତରାଖଣ୍ଡ ପ୍ରଭାରୀ ଦାୟିତ୍ବ ମିଳିଛି ।


ବିଭିନ୍ନ ରାଜ୍ୟର ପ୍ରଭାରୀ ଓ ସହପ୍ରଭାରୀ

ଆଣ୍ଡାମାନ ନିକୋବର ପ୍ରଭାରୀ- ରଘୁନାଥ କୁଲକର୍ଣ୍ଣି

ଅରୁଣାଚଳ ପ୍ରଦେଶ ପ୍ରଭାରୀ- ଅଶୋକ ସିଙ୍ଘଲ

ବିହାର ପ୍ରଭାରୀ- ବିନୋଦ ତାଓ୍ବଡେ

ସହ ପ୍ରଭାରୀ- ଦୀପକ ପ୍ରକାଶ

ଛତିଶଗଡ ପ୍ରଭାରୀ- ନୀତିନ ନବୀନ

ଡିଏନ୍‌ଏଚ୍‌ ଡିଡି ପ୍ରଭାରୀ- ଦୁଷ୍ୟନ୍ତ ପଟେଲ

ଗୋଆ ପ୍ରଭାରୀ- ଆଶିଷ ସୁଦ

ହରିୟାଣା ପ୍ରଭାରୀ- ସତୀଶ ପୁନିଆ

ସହପ୍ରଭାରୀ- ସୁରେନ୍ଦ୍ର ସିଂ ନାଗର

ହିମାଚଳ ପ୍ରଦେଶ ପ୍ରଭାରୀ- ଶ୍ରୀକାନ୍ତ ଶର୍ମା

ସହପ୍ରଭାରୀ- ସଞ୍ଜୟ ଟଣ୍ଡନ

ଜମ୍ମୁକାଶ୍ମୀର ପ୍ରଭାରୀ- ତରୁଣ ଚୁଗହ

ସହପ୍ରଭାରୀ- ଆଶିଷ ସୁଦ

ଝାଡଖଣ୍ଡ ପ୍ରଭାରୀ- ଲକ୍ଷ୍ମୀକାନ୍ତ ବାଜପାୟୀ

କର୍ଣ୍ଣାଟକ ପ୍ରଭାରୀ- ରାଧା ମୋହନ ଦାସ ଅଗ୍ରଓ୍ବାଲ

ସହପ୍ରଭାରୀ- ସୁଧାକର ରେଡ୍ଡୀ

କେରଳ ପ୍ରଭାରୀ- ପ୍ରକାଶ ଜାଭଡେକର

ସହପ୍ରଭାରୀ- ଅପରାଜିତା ଷଡଙ୍ଗୀ

 


You Can Read:

ଅଚାନକ ବିଦ୍ୟାଳୟ ପରିଦର୍ଶନ କଲେ ଜୟଦେବ ବିଧାୟକ, ପିଲାଙ୍କ ସମସ୍ୟା ପଚାରି ବୁଝିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.