ଜାମ୍ମୁ କାଶ୍ମୀରର କଠୁଆରେ ସେନା ଗାଡ଼ି ଉପରେ ଆତଙ୍କୀ ଆକ୍ରମଣ, ଦୁଇ ଦିନ ଭିତରେ ଦ୍ୱିତୀୟ ଘଟଣା

Published By : Prameya-News7 Bureau | July 08, 2024 IST

FILE

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ସେନା ଗାଡ଼ି ଉପରେ ଆତଙ୍କବଦୀ ଆକ୍ରମଣ ହୋଇଛି । ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ କଠୁଆ ଜିଲ୍ଲାର ମାଚେଡି ଅଞ୍ଚଳରେ ଭାରତୀୟ ସେନାର କାରକେଡ୍ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଅଞ୍ଚଳ ଭାରତୀୟ ସେନାର ୯ମ କୋର ଅନ୍ତର୍ଗତରେ ଆସେ । ଆତଙ୍କବାଦୀଙ୍କ ଆକ୍ରମଣ ପରେ ଆମ ଯବାନ ପାଲଟା ଆକ୍ରମଣ କରୁଛନ୍ତି । 



ଦୁଇ ଦିନ ପୂର୍ବେ କୁଳଗ୍ରାମ ଜିଲ୍ଲାରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ସେନା ଗୁଳିରେ ୮ ଆତଙ୍କୀ ନିପାତ ହୋଇଥିଲେ । ମୋଦରେରଗାମ ଏବଂ ଚିନ୍ନିଗମ ଗାଁରେ ହୋଇଥିବା ଗୁଳି ବିନିମୟରେ ଏଲଟ୍ ପାରା ୟୁନିଟର ଲାନ୍ସ ନାୟକ ପ୍ରଦୀପ କୁମାର ଏବଂ ରାଷ୍ଟ୍ରୀୟ ରାଇଫଲ୍ସ ବାଟାଲିୟନର ସିପାହୀ ପ୍ରବୀଣ ଜଞ୍ଜାଲ ପ୍ରଭାକର ସହିଦ ହୋଇଥିଲେ । ଜାମ୍ମୁ କାଶ୍ମୀର ପୋଲିସ ଡିଜି ଆରଆର ସ୍ୱାଇଁ କହିଥିଲେ ଯେ ଆତଙ୍କୀଙ୍କ ନିପାତ ସୁରକ୍ଷାବଳ ପାଇଁ ବଡ଼ ମାଇଲଖୁଣ୍ଟ ଅଟେ, କାରଣ ଏହା ସୁରକ୍ଷାକୁ ମଜଭୁତ କରିବ । ଏହି ସଫଳ ଅପରେସନ ସୁରକ୍ଷାକୁ ମଜଭୁତ କରିବାରେ ସାର୍ଥକ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.