ନାଷ୍ଟ୍ରେଦମସଙ୍କ ଭବିଷ୍ୟବାଣୀ; ୨୦୨୪ ପାଇଁ କରିଥିଲେ ପୂର୍ବାନୁମାନ, ଅକ୍ଟୋବରରେ ଆସିପାରେ ବଡ ବିପର୍ଯ୍ୟୟ !

Published By : Prameya-News7 Bureau | October 06, 2024 IST

ନୂଆଦିଲ୍ଲୀ ୦୬।୧୦: ଡରାଉଛି ନାଷ୍ଟ୍ରେଦମସଙ୍କ ଭବିଷ୍ୟବାଣୀ । ୪୫୦ ବର୍ଷ ପୂର୍ବରୁ କରିସାରିଥିଲେ ପୂର୍ବାନୁମାନ । ଅକ୍ଟୋବରରେ ସତ ହୋଇପାରେ ପୂର୍ବାନୁମାନ । ଆଗରୁ ଅନେକ ହୋଇଛି ସତ ପ୍ରମାଣିତ । ସେ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ହତ୍ୟା, କୋଭିଡ-୧୯ ମହାମାରୀର ଆରମ୍ଭ, ଆମେରିକା ରାଷ୍ଟ୍ରପତି ଆଡଲଫ ହିଟଲରଙ୍କ ଉତ୍ଥାନକୁ ସଠିକ୍ ପୂର୍ବାନୁମାନ କରିଥିଲେ। ବର୍ତ୍ତମାନ ଲାଗୁଛି ୨୦୨୪ ପାଇଁ କରିଥିବା  ଏକ ବଡ ଭବିଷ୍ୟବାଣୀ ସତ ହୋଇଛି । 

୨୦୨୪ ପାଇଁ ନୋଷ୍ଟ୍ରେଦମସ୍‌ ତାଙ୍କ ପୁସ୍ତକ ଲେସରେ ଲେଖିଥିଲେ ଯେ 'ଶୁଖିଲା ପୃଥିବୀ ଆହୁରି ଶୁଷ୍କ ହୋଇଯିବ ଏବଂ ଯେତେବେଳେ ଏହା ଘଟିବ, ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବ।' ତେବେ  ଏହି ଭବିଷ୍ୟବାଣୀର ପ୍ରଭାବ ବର୍ତ୍ତମାନ ଭାରତ ଏବଂ ଚାଇନାରେ ଦେଖିବାକୁ ମିଳୁଛି । ଯେଉଁଠାରେ ଭୀଷଣ ଗରମ ପରେ ପ୍ରବଳ ବନ୍ୟା ହୋଇଥିଲା । ଆଉ ଏହି କାରଣରୁ ଚାଲିଯାଇଛି ୪୦୦ରୁ ଅଧିକ ଲୋକଙ୍କ ଜୀବନ । 

ଏସିଆରେ ବର୍ଷର ଏହି ସମୟରେ ହୋଇଥାଏ ରୁତୁ ପରିବର୍ତ୍ତନ । କିନ୍ତୁ ଜଳବାୟୁ ପରିବର୍ତ୍ତନ ଏହାକୁ ଆହୁରି ତୀବ୍ର କରିଛି । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫସଲ ଏବଂ ଘର ନଷ୍ଟ ହୋଇଯାଉଛି । କେରଳର ୱାୟାନାଡରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୬୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ନିଖୋଜ ରହିଥିଲେ । 

ଏହାସହିତ ସୁନାମୀ ଯୋଗୁଁ ଫିଲିପିସ୍ସରେ ୩୦ରୁ ଅଧିକ ଏବଂ ତାଇଓ୍ବାନରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଚୀନରେ ମଧ୍ୟ ବନ୍ୟା ରଚିଛି ତାଣ୍ଡବ । ବର୍ଷା ପରେ ହୁନାନ ପ୍ରଦେଶର ଏକ ପର୍ଯ୍ୟଟନ ସ୍ଥଳରେ ଭୂସ୍ଖଳନରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ପଡୋଶୀ ସହର ଜିକ୍ସିଂର ଅଧିକାରୀମାନେ ଗୁରୁବାର ଦିନ ବନ୍ୟାରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ଜଣ ନିଖୋଜ ରହିଛନ୍ତି । କୁହାଯାଉଛି କି ଚଳିତ ଅକ୍ଟୋବରରେ ଭବିଷ୍ୟବାଣୀ ସତ ହୋଇପାରେ । 

ଯଦି ଆମେ ଅକ୍ଟୋବର ୨୦୨୪ କଥା କହିବା ତେବେ ନାଷ୍ଟ୍ରେଦମସ ନିଜ ଭବିଷ୍ୟବାଣୀରେ ବିଶ୍ୱ ସଙ୍କଟ ବିଷୟରେ କହିଛନ୍ଚି । ବିଶେଷକରି ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ସାମାଜିକ ଅସ୍ଥିରତାର କରିଥିଲେ ।  ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ପ୍ରକାର ସ୍ଥିତି ସୃଷ୍ଟି ହେଉଛି ତାହାକୁ ମଧ୍ୟ ଅସ୍ୱୀକାର କରାଯାଇପାରିବନି । ଯୁଦ୍ଧ ବ୍ୟତୀତ ନାଷ୍ଟ୍ରେଦମସ ମଧ୍ୟ ରାଜନୈତିକ ଅସ୍ଥିରତାର ପୂର୍ବାନୁମାନ କରିଛନ୍ତି । ଏହି ଭବିଷ୍ୟବାଣୀ ମଧ୍ୟ ସତ ପ୍ରମାଣିତ ହୋଇପାରେ । 

ବାସ୍ତବରେ ସୁପର ପାୱାର ଆମେରିକାରେ ମଧ୍ୟ ନିର୍ବାଚନ ପାଖେଇ ଆସୁଛି ଏବଂ ସେଠାରେ କ୍ଷମତାର ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି । ଯଦି ଏପରି ହୁଏ ତେବେ ଏହାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଛି । ବିଶେଷକରି ସେହି ଦେଶଗୁଡ଼ିକ ଉପରେ ଯେଉଁମାନେ ବର୍ତ୍ତମାନ ଯୁଦ୍ଧର ନିଆଁରେ ଜଳୁଛନ୍ତି । 

ଏବେ ପ୍ରଶ୍ନ ଆସୁଛି କିଏ ଏହି ନୋଷ୍ଟ୍ରେଦମସ୍‌ ? ସେ ଥିଲେ ଜଣେ ଫରାସୀ ଭବିଷ୍ୟ‌ତବକ୍ତା ଏବଂ ଚିକିତ୍ସକ । ୧୫୦୩ରେ ଜନ୍ମ ହୋଇଥିଲେ ଏହି ନୋଷ୍ଟ୍ରେଦାମସ୍‌ । ସେ ତାଙ୍କ ଜୀବନ କାଳରେ ଅନେକ ଭବିଷ୍ୟବାଣୀ କରିଥିଲେ । ଯାହା ତାଙ୍କ ପୁସ୍ତକ ଲେସ୍ ଭବିଷ୍ୟବାଣୀରେ ଲିପିବଦ୍ଧ । ସେ ମୋଣ୍ଟପେଲିଅର୍ ୟୁନିଭରସିଟିରେ ମେଡିକାଲରେ ଅଧ୍ୟୟନ କରିଥିଲେ । ନୋଷ୍ଟ୍ରେଦମସ୍‌ଙ୍କର ୧୫୫୬ରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ଆଜି ବି  ଲୋକମାନେ ତାଙ୍କ ପୁସ୍ତକକୁ ସଠିକ୍‌ ମାନିଥାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.