ବିଶ୍ବର ଏପରି କିଛି ରୋଗ, ଯାହା ପାଇଁ ଆଜି ପର୍ଯ୍ୟନ୍ତ ବାହାରିନି ଟିକା

Published By : Prameya-News7 Bureau | December 21, 2024 IST

ନୂଆଦିଲ୍ଲୀ ୨୧।୧୨:  ଋଷ କ୍ୟାନସର ଟିକା ତିଆରି କରିଥିବା ଦାବି କରିଛି । କିନ୍ତୁ ବିଶ୍ବରେ କିଛି ଏପରି ରୋଗ ରହିଛି ଯେଉଁଥି ପାଇଁ ଆଜି ପର୍ଯ୍ୟନ୍ତ ତିଆରି ହୋଇ ପାରିନି କୌଣସି ଟିକା । ଏଚ୍.ଆଇ.ଭି ଏକ ଜୀବାଣୁ । ଏହା ଏଡସ୍ ସୃଷ୍ଟି କରେ। ଏହି ଦଶନ୍ଧି ପୁରୁଣା ରୋଗକୁ ରୋକିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟିକା ପ୍ରସ୍ତୁତ କରାଯାଇପାରିନାହିଁ । 

ମାରବର୍ଗ ଭାଇରସ୍ ବା MVD । ଏଥିପାଇଁ କୌଣସି ବି ଅନୁମୋଦନ ପ୍ରାପ୍ତ ଟିକା ଆସିନାହିଁ । କିନ୍ତୁ ଅନେକ ସମ୍ଭାବିତ ଟିକା ବିକଶିତ କରାଯାଉଛି ଆଉ ପଶୁଙ୍କଠାରେ ମଡେଲରେ ପରୀକ୍ଷଣ କରାଯାଉଛି । ଦଶନ୍ଧି ପୁରୁଣା ଗୁରୁତର ରୋଗ ହେଉଛି ମଧୁମେହ ବା ଡାଏବେଟିକ୍ । ସାରା ବିଶ୍ୱରେ ମଧୁମେହ ରୋଗ ବୃଦ୍ଧି ପାଉଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗକୁ ରୋକିବା ପାଇଁ କୌଣସି ଟିକା ଆସିନାହିଁ । 

ମର୍ସ-କୋଭ୍ (MERS-CoV) ମଧ୍ୟ ଏକ ପ୍ରକାର କରୋନା ଭାଇରସ । ଏହା ବିଷୟରେ ପ୍ରଥମେ ୨୦୧୨ ଜାଣିବାକୁ ମିଳିଥିଲା । ଏହା MERS ନାମକ ଏକ ରୋଗ ସୃଷ୍ଟି କରେ । ଏଥିପାଇଁ କୌଣସି ଟିକା ଉପଲବ୍ଧ ନାହିଁ । ମହାମାରୀ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ସବୁ ରୋଗକୁ ରୋକିବା ପାଇଁ ବର୍ଷ ବର୍ଷ ଧରି ଟିକା ପ୍ରସ୍ତୁତ ହୋଇଆସୁଛି, କିନ୍ତୁ ଏହି ସବୁ ଭାଇରସ ଉପରେ କୌଣସି ଟିକାର ପ୍ରଭାବ ହେଉନି । 

୨୦୨୦ରେ ଆସିଥିବା କରୋନା ଭାଇରାସ ପାଇଁ ଟିକା ୨ବର୍ଷ ମଧ୍ୟରେ ବାହାର କରାଯାଇଥିଲା । ସେହିଭଳି ମଙ୍କିପକ୍ସ ଭାଇରସ ପାଇଁ ଟିକା ମଧ୍ୟ ଶୀଘ୍ର ବଜାରରେ ଉପଲବ୍ଧ ହେବ।a

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.