ସୁସ୍ଥତା ଉପରେ ମନ୍ତ୍ର ଦେଉଛନ୍ତି କ୍ୟାଟ୍ରିନା, କହିଲେ-ନିଜ ପାଇଁ ସମୟ ବାହାର କରନ୍ତୁ

Published By : Prameya-News7 Bureau | October 06, 2024 IST

ବଲିଉଡ୍‌ର ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ । ସେ ତାଙ୍କ ସୁନ୍ଦରତା ଓ ଦୟାଳୁ ମନୋଭାବ ପାଇଁ ଫ୍ୟାନ୍ସଙ୍କ ହୃଦୟରେ ରାଜ କରନ୍ତି । କେବଳ ରୁପେଲି   ପରଦାରେ ନୁହେଁ, ତାଙ୍କୁ ସ୍ୱାମୀ ଭିକି କୌଶଲଙ୍କ ସହିତ ମଧ୍ୟ ପ୍ରାୟ ସମୟରେ ଦେଖିବାକୁ  ମିଳିଥାଏ । ପରିବାର ଓ ବନ୍ଧୁମାନଙ୍କ ସହିତ ବ୍ୟକ୍ତିଗତ ସମୟ ଅତିବାହିତ କରିବାର ଫଟୋ ସେୟାର କରନ୍ତି । କାମର ଚାପ ଥିଲେ ବି ଆପଣାଲୋକଙ୍କ ସହିତ   ସମୟ ବିତାଇବା ଯେ ନିହାତି ଦରକାର ସେକଥା ଭଲ ଭାବେ ବୁଝନ୍ତି କ୍ୟାଟ୍ରିନା । 

ଏକ  ସାକ୍ଷାତକାରରେ କ୍ୟାଟ୍ରିନା ଜଣାଇଛନ୍ତି, ଧୀରେଧୀରେ ସେ ଶିଖିଯାଇଛନ୍ତି କିଭଳି ଭାବେ କାମ ଭିତରୁ ସମୟ ବାହାର କରିବାକୁ ପଡିବ । ତାଙ୍କ କହିବାନୁସାରେ ପଛକୁ ପଛ କାମ ଲାଗି  ରହିଥିଲେ, ବି ନିଜ ପାଇଁ ସମୟ ବାହାର କରିବା ନିହାତି ଆବଶ୍ୟକ । ସେହି ସମୟ  ପରିବାର ସହିତ କାଟିହେବ । ନହେଲେ ସାଙ୍ଗସାଥୀଙ୍କ ସହ ମଉଜମସ୍ତି କରିହେବ।  କିଛି ନହେଲେ ନିଜ ପସନ୍ଦର ଯେକୌଣସି କାମ କରିହେବ । ତେଣୁ ସବୁବେଳେ  କାମର ଚାପ ନେବା ଯେ ବାଧ୍ୟତାମୂଳକ, ସେମିତି ନୁହେଁ । 

ନିଜର ଶାରୀରିକ  ଓ ମାନସିକ ସ୍ୱାସ୍ଥ୍ୟ ଭଲ ରଖିବା ଉଦ୍ଦେଶ୍ୟରେ ସେ ଅବସର ସମୟ ବିତାନ୍ତି । କ୍ୟାଟ୍ରିନାଙ୍କ କହିବାନୁସାରେ ସେ ଯେଉଁ ସମୟରେ ସ୍ୱାମୀ କିମ୍ବା ପରିବାର ଲୋକ,  ସାଙ୍ଗସାଥୀଙ୍କ ସହିତ ଅବସର ସମୟ ଅତିବାହିତ କରନ୍ତି ସେହି ସମୟରେ ସେ  ନିଜକୁ ପରିପୂର୍ଣ୍ଣ ମନେ କରନ୍ତି । ଯେଉଁ ପୂର୍ଣ୍ଣତା ତାଙ୍କୁ କାମର ଚାପରୁ ମିଳିନଥାଏ,  ତାହା ସେ ଆପଣା ଲୋକଙ୍କ ସାହଚର୍ଯ୍ୟରୁ ପାଇଥାଆନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.