ଶଙ୍ଖ ଭବନରେ ବିଜେଡି ପରାମର୍ଶଦାତା କମିଟି ବୈଠକ, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

Published By : Prameya-News7 Bureau | October 06, 2024 IST

ଭୁବନେଶ୍ବର ୬।୧୦: ଶଙ୍ଖ ଭବନ ବସିଥିଲା ବିଜେଡିର ପରାମର୍ଶଦାତା କମିଟି ବୈଠକ । ଏହି କମିଟି ଦଳର ଶୀର୍ଷ ନେତୃତ୍ୱମାନଙ୍କୁ ନେଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ପଦଯାତ୍ରା, କାର୍ଯ୍ୟକ୍ରମ କାର୍ଯ୍ୟକାରିତା ସହ ଆଗକୁ ସୁଚାରୁ ଭାବେ କେମିତି ଦଳୀୟ କାର୍ଯ୍ୟକ୍ରମ ଚାଲିବ, ସେ ନେଇ ଏବେ ଆଲୋଚନା କରାଯାଇଥିଲା । 

ସେପଟେ, ରବିବାର ସରୁଛି ବିଜେଡିର ଜନସମ୍ପର୍କ ଅଭିଯାନର ପ୍ରଥମ ପର୍ଯ୍ୟାୟ । ଏକାମ୍ର ଭୁବନେଶ୍ୱରରେ ଏହାକୁ ସଫଳତାର ସହ ଆରମ୍ଭ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ସଫଳତା ସାରା ରାଜ୍ୟର ପଦଯାତ୍ରାରେ ଦେଖିବାକୁ ମିଳୁଛି । ଯେଉଁଥିରେ ଅଧିକରୁ ଅଧିକ ଲୋକ ଯୋଗ ଦେଉଛନ୍ତି । ବିଭିନ୍ନ ସ୍ଥାନରେ ଡବଲ ଇଞ୍ଜିନ ସରକାରର ବିଫଳତା ଯେପରି ଆଇନ ଶୃଙ୍ଖଳା, ଦରଦାମ, ଶ୍ରୀଜଗନ୍ନାଥ କି ପ୍ରତିଶୃତି ପାଳନ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ରହିଛି । ଏହା ଲୋକଙ୍କ ଭିତରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି କରିଛି । ଲୋକେ ନିଜ ଆଡୁ ପଦଯାତ୍ରାରେ ସାମିଲ ହେଉଛନ୍ତି । ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଅକ୍ଟୋବର ୨୧ରୁ ୩୦ ଯାଏଁ ହେବ । ଏହା ଭିତରେ ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ସଦସ୍ୟ ସଂଗ୍ରହ ଅଭିଯାନ ହେବ । ଗତ ଥର ଏକ କୋଟି ସଦସ୍ୟ ହୋଇଥିଲେ । ଏଥର ତା ଠାରୁ ଅଧିକ ରହିବ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।

You Can Read:

କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ-ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.