କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ-ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ

Published By : Prameya-News7 Bureau | October 06, 2024 IST

ଧର୍ମଗଡ଼ ୬।୧୦: କେନାଲ ପାଣି ଯୋଗାଣ ଦାବିରେ ଧର୍ମଗଡ ବ୍ଲକ ତେଲିପଳାସ ଡିଷ୍ଟ୍ରିବ୍ୟୁଟାରି  ଅଞ୍ଚଳର ଚାଷୀମାନେ ରବିବାର ସକାଳ ୯ଟାରୁ ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ତେଲିପାଳାସ ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ଚଳିତବର୍ଷ ମଧ୍ୟ କ୍ଷେତକୁ ପାଣିର ଆବଶ୍ୟକତା ଥିବାବେଳେ ବର୍ଷା ନହେବାରୁ ପାଣି ପାଇଁ ଚାଷୀ ହଇରାଣ ହେଉଛି । ବର୍ଷା ଅଭାବରୁ ଧାନ ଗଛ ମରିବାରେ ଲାଗିଲାଣି । ପାଣି ଯୋଗାଇ ନଦେଲେ ଖୁବ ଶୀଘ୍ର ଚାଷ ନଷ୍ଟ ହୋଇଯିବ । ଫଳରେ ଚାଷୀ ରୋଜଗାର ହରାଇବା ସହ ଋଣ ପରିଶୋଧ ଓ ପରିବାର ପରିଚାଳନା କରିପାରିବେ ନାହିଁ ବୋଲି ଚାଷୀ ପ୍ରକାଶ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଚାଷୀମାନେ ତେଲିପଳାସ ଡିଷ୍ଟ୍ରିବ୍ୟୁଟାରି ପର୍ଯ୍ୟନ୍ତ ଜଳ ଯୋଗାଣ ଦାବିରେ ରାସ୍ତା ଅବରୋଧ କରିଥିଲେ ।  ଏହି ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିବା ବେଳେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାସ୍ତା ଅବରୋଧ ହୋଇଥିବା ଖବର ପାଇ ଧର୍ମଗଡ ଅତିରିକ୍ତ ତହସିଲଦାର ଅଜିତ କୁମାର ମହନ୍ତ ଘଟଣାସ୍ଥଳକୁ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଏସ୍‌ଡିଓ ଆସି ପ୍ରତିଶୃତି ନଦେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି ।

You Can Read:

ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡ଼କୁ ନେଇ ଉତ୍ତେଜନା, ୨ ସଦସ୍ୟ ଗିରଫ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.