ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡ଼କୁ ନେଇ ଉତ୍ତେଜନା, ୨ ସଦସ୍ୟ ଗିରଫ

Published By : Prameya-News7 Bureau | October 06, 2024 IST

ଆନନ୍ଦପୁର ୬।୧୦: ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡ଼କୁ ନେଇ ଉତ୍ତେଜନା ଘଟଣାରେ ୨ ଜଣ ଗିରଫ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସହରରେ ଗଣେଶ ମେଢ଼ ଭସାଣୀ ବେଳେ ଘଟିଥିଲା ଏଭଳି ଘଟଣା ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସହରରେ ଗଣେଶ ମେଢ଼ ଭସାଣୀ ସମୟରେ ଆନନ୍ଦପୁର ଥାନା ନିକଟରେ ଶୋଭାଯାତ୍ରା ଉପରକୁ କିଛି ଦୁବୃର୍ତ୍ତ ଢେଲାମାଡ କରିଥଲେ । ଫଳରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ପକ୍ଷରୁ ବିନା ଶୋଭାଯାତ୍ରାରେ ଠାକୁର ଭସାଣୀ କରିବାକୁ ନିର୍ଦ୍ଦେଶ ପରେ ଉତ୍ତେଜନା ଅଧିକ ତୀବ୍ର ହୋଇଥିଲା । ଉତ୍ତେଜନା ଯୋଗୁ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତିରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । 

ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗିରହିଥିବା ବେଳେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଗଣେଶ ମେଢ଼ ଭସାଣୀ ବନ୍ଦ ରହିଥିବା ବେଳେ ରାତି ଅଧରେ ପୋଲିସ ଗଣେଶ ମୂର୍ତ୍ତିକୁ ବିସର୍ଜନ କରିଥିଲା । ଗଣେଶ ପୂଜାର ଦୀର୍ଘ ଦିନ ଯାଏଁ ଭସାଣୀ ନହେବା ଓ ପୂର୍ବରୁ ଉତ୍ତେଜନା ଥିବାବେଳେ ପ୍ରଶାସନ ପକ୍ଷରୁ ନିର୍ଦ୍ଧିଷ୍ଟ ସ୍ଥାନରେ ଠୋସ ସୁରକ୍ଷା ବ୍ୟବସ୍ଥା ନକରିବା ଭଳି ପ୍ରଶାସନର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଘଟଣାକୁ କେନ୍ଦ୍ରକରି ଭସାଣି କରୁଥିବା କ୍ଲବର ୨ ଜଣ ସଦସ୍ୟ ସୌମ୍ୟଜିତ ମିଶ୍ର ଓ ଦିଲ୍ଲୀପ କୁମାର ମହାନ୍ତିକୁ ଗିରଫ କରିଛି ପୋଲିସ ।

You Can Read:

ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ମଦ ଜବତ ସହ ୫ ଗିରଫ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.