ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ମଦ ଜବତ ସହ ୫ ଗିରଫ

Published By : Prameya-News7 Bureau | October 06, 2024 IST

ବାସୁଦେବପୁର ୬।୧୦: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ସହ ବ୍ୟବହୃତ ହେଉଥିବା ଗୋଟିଏ ମୋଟର ସାଇକେଲକୁ ଜବତ କରିବା ସହ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । 

ବାସୁଦେବପୁର ବ୍ଲକର ଅଢୁଆଁ, ପଢ଼ୁଆଁ, କୁମାରପୁର ଆଦି ପଞ୍ଚାୟତରେ ଚୋରା ମଦ ବିକ୍ରି ହେଉଥିବା ଅବକାରୀ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ଅଚାନକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ଜଣେ ଚୋରା ମଦ ବେପାରୀ ଗାଡି ଛାଡି ଫେରାର ହେଇଯାଇଥିବା ବେଳେ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । 

ବାସୁଦେବପୁର ବ୍ଲକରେ ଦିନକୁ ଦିନ ଚୋରା ମଦ କାରବାର ବଢ଼ିବାରେ ଲାଗିଛି । ବାରମ୍ବାର ଚଢ଼ାଉ ପରେ ମଧ୍ୟ ଚୋରା ମଦ ବିକ୍ରି ବନ୍ଦ ହେଉନାହିଁ । ଅନ୍ୟପଟେ ପ୍ରତିଦିନ ଏହି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି । 

You Can Read:

ଅଜଣା ଗାଡ଼ି ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.