ମୁମ୍ଵାଇ ୦୬।୧୦: କୋରିଓଗ୍ରାଫର ଜାନି ମାଷ୍ଟର । ବର୍ତ୍ତମାନ ସେ ବଡ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶାରୀରିକ ନିର୍ଯାତନା ଅଭିଯୋଗରେ ଜାନି ମାଷ୍ଟର ସେପ୍ଟେମ୍ବର ୧୯ରୁ ଜେଲରେ ଅଛନ୍ତି। ଏହାରି ଭିତରେ ତାଙ୍କୁ ଲାଗିଛି ଆଉ ଏକ ବଡ଼ ଝଟକା। 'ମେଘମ୍ କାରୁକଥା' ଗୀତ ପାଇଁ 'ଶ୍ରେଷ୍ଠ କୋରିଓଗ୍ରାଫି କ୍ୟାଟେଗୋରୀରେ ଜାନି ମାଷ୍ଟରଙ୍କୁ ଦିଆଯାଇଥିବା ଜାତୀୟ ପୁରସ୍କାର ପ୍ରତ୍ୟାହାର କରି ନିଆଯାଇଛି। ଏହି ସପ୍ତାହରେ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଯୋଗଦେବା ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଆଇବି ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି।
ଆଇବି ମନ୍ତ୍ରଣାଳୟର ନିଷ୍ପତ୍ତି
ଜାନି ମାଷ୍ଟର ସାଉଥ ସିନେମାର ଜଣେ ଲୋକପ୍ରିୟ ତାରକା । ଯେବେଠାରୁ ପ୍ରସିଦ୍ଧ କୋରିଓଗ୍ରାଫର୍ ଏସବୁରେ ଜଡିତ ହୋଇଥିଲେ, ତାଙ୍କ ବିଷୟରେ ବିଭିନ୍ନ ପ୍ରକାରର ଜିନିଷ ସାମ୍ନାକୁ ଆସୁଛି । କେବଳ ଜାନି ମାଷ୍ଟର ନୁହଁନ୍ତି ତାଙ୍କ ପତ୍ନୀ ଆୟେଶାଙ୍କ ନାମ ମଧ୍ୟ ଏହି ମାମଲାରେ ଜଡିତ ଏବଂ ଉଭୟ ସ୍ୱାମୀ-ସ୍ତ୍ରୀ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ, ଶୁକ୍ରବାର (ଅକ୍ଟୋବର ୪), I&B ମନ୍ତ୍ରଣାଳୟର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସେଲ୍ ଏକ ବିବୃତ୍ତି ଜାରି କରିଛି ।
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଯୋଗଦେବାକୁ ଦିଆଯାଇଥିବା ନିମନ୍ତ୍ରଣ ମଧ୍ୟ ବାତିଲ କରାଯାଇଛି। ଏହାର ଅର୍ଥ ବର୍ତ୍ତମାନ ଜାନି ମୁଷ୍ଟରଙ୍କୁ ଜାତୀୟ ପୁରସ୍କାର ମିଳିବ ନାହିଁ କିମ୍ବା ସେ ଏହି ସମାରୋହରେ ଯୋଗ ଦେଇ ପାରିବେ ନାହିଁ।