ମୁମ୍ବାଇ ୦୫।୧୦: ବଲିଉଡ୍ ଓ କ୍ରିକେଟ । ଉଭୟ ପରିପୂରକ । ଏମାନଙ୍କ ସମ୍ପର୍କ ବହୁତ ପୁରୁଣା । ଖାସ୍ କରି ବଲିଉଡ୍ ଏବଂ କ୍ରିକେଟର ଷ୍ଟାରଙ୍କ ରିଲେସନ୍କୁ ନେଇ ଅନେକ ଚର୍ଚ୍ଚା । ଅନେକ ସମୟରେ କ୍ରିକେଟର ରାଜା ବଲିଉଡ୍ ରାଣୀଙ୍କ ହାତ ଧରିଛନ୍ତି । ଆଉ ହୋଇଛନ୍ତି ଜୀବନସାଥୀ । ଅନେକ ପରିଚିତ ଚେହେରାଙ୍କର ମଧ୍ୟ ଲଭ୍ ଷ୍ଟୋରୀ ମଧ୍ୟ ରହିଯାଇଛି ଅଧୁରା । ଏହି ଲିଷ୍ଟ ତ ଖୁବ୍ ଅଧିକ…କିନ୍ତୁ ଧକ୍ଧକ୍ ଗର୍ଲ ଏବଂ ଜାଡେଜାଙ୍କ ପ୍ରେମ କାହାଣୀ ଖୁବ୍ ରୋଚକ ।
ସମୟ ଥିଲା ଏହି ଲଭବାର୍ଡଙ୍କ ଚର୍ଚ୍ଚା ଖୁବ୍ ହେଉଥିଲା । କିନ୍ତୁ ଏମାନଙ୍କ ଖୁସିର ସମ୍ପର୍କ ଉପରେ ମାଡି ଆସିଥିଲା କଳାବାଦଲ । ଆଉ ଭାଙ୍ଗି ଯାଇଥିଲା ଏମାନଙ୍କ ସ୍ବପ୍ନର ମହଲ । ବଲିଉଡ୍ର ଧକ୍ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ, ଆଉ କ୍ରିକେଟର ଅଜୟ ଜାଡେଜା । ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ହେଉଥିଲା ଖୁବ୍ ଚର୍ଚ୍ଚା । ପ୍ରେମପକ୍ଷୀଙ୍କ ଦେଖା ଏକ କମର୍ଶିଆଲ୍ ଫଟୋସୁଟ୍ରେ ହୋଇଥିଲା । ଏଠାରେ ହିଁ ମାଧୁରୀଙ୍କୁ ହୃଦୟ ଦେଇ ବସିଥିଲେ କ୍ରିକେଟର ଅଜୟ ଜାଡେଜା । ଆଉ ଧକ୍ଧକ୍ ଗର୍ଲଙ୍କ ଜୀବନରେ ଆରମ୍ଭ ହୋଇଥିଲା ଏକ ନୂଆ ଅଧ୍ୟାୟ ।
ଧିରେ ଧିରେ ଆରମ୍ଭ ହୋଇଥିଲା ସମ୍ପର୍କର ସୂତାଖିଅ । ଆଉ ଦିନକୁ ଦିନ ହେବାକୁ ଲାଗିଲା ଗଭୀର । ଯେମିତି ଯେମିତି ଲଭବାର୍ଡ ନିକଟତର ହେବାକୁ ଲାଗିଲେ, ଅଜୟ ଜାଡେଜା ବଲିଉଡରେ କାମ କରିବାକୁ ଇଚ୍ଛା କଲେ । ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବା ପାଇଁ ସେ ମାଧୁରୀଙ୍କୁ ସାହାଯ୍ୟ ମାଗିଥିଲେ । କାରଣ ମାଧୁରୀ ଥିଲେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍ ପ୍ରଭାବିତ । ସମ୍ପର୍କ ଆଗକୁ ବଢିବାକୁ ଲାଗିଲା ।
କିନ୍ତୁ ଏହି ସମୟରେ ମାଡିଆସିଲା ବିବାଦ । ଯାହା ଲଭବାର୍ଡଙ୍କ ସମ୍ପର୍କକୁ ଭାଙ୍ଗିଦେଲେ । ୧୯୯୯ରେ ଜାଡେଜା ମ୍ୟାଚ୍ ଫିକ୍ସି ବିବାଦରେ ଛନ୍ଦି ହୋଇଗଲେ । ଏହି ସ୍କାଣ୍ଡେଲ୍ ନା ତ କେବଳ ତାଙ୍କର କ୍ରିକେଟ୍ କ୍ୟାରିୟରରେ ପ୍ରଭାବ ପକାଇଲା ତା ନୁହେଁ ବରଂ ମାଧୁରୀ ଏବଂ ଜାଡେଜାଙ୍କ କ୍ୟାରିୟରରେ ପକାଇଥିଲା ପୁର୍ଣ୍ଣଛେଦ । କୁହାଯାଏ କି ମାଧୁରୀଙ୍କ ପରିବାର ଏ ସମ୍ପର୍କକୁ ଗ୍ରହଣ କରିନଥିଲେ । ଯେଉଁ କାରଣରୁ ଏମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ।
ଏହି ଘଟଣା ପରେ କ୍ୟାରିୟରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଥିଲେ ମାଧୁରୀ । ଏହାର କିଛି ଦିନ ପରେ ତାଙ୍କର ଦେଖା ଶ୍ରୀରାମ ମାଧବ ନେନ୍ଙ୍କ ସହ ହୋଇଥିଲା । ସେହି ବର୍ଷ ହିଁ ମାଧୁରୀ କରିଥିଲେ ବିବାହ । ଅଜୟ ଜାଡେଜା ମଧ୍ୟ ଆଗକୁ ବଢିଥିଲେ । ସେ ତାଙ୍କ ସ୍କୁଲ୍ମେଟ୍ ଅଦିତି ଜୈତେଲିକୁ ମାର୍ଚ୍ଚ ୨୦୦୧ରେ ବିବାହ କରିଥିଲେ । ଜାଡେଜାଙ୍କର ୨ଟି ସନ୍ତାନ ରହିଛନ୍ତି । ଏହି ନୂଆ ଜୀବନରେ ବହୁତ ଖୁସି ଅଛନ୍ତି ଅଜୟ ।