ନୂଆଦିଲ୍ଲୀ ୨୧।୧୨: ଟିମ୍ ଇଣ୍ଡିଆ ବର୍ତ୍ତମାନ ଖେଳୁଛି ବର୍ଡର-ଗାଭାସ୍କର ଟ୍ରଫି । ଏହାର ଦୁଇଟି ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଆଗକୁ ୪ର୍ଥ ଟେଷ୍ଟ ମ୍ୟାଚ୍ ମେଲବର୍ଣ୍ଣରେ ଖେଳାଯିବ । ଏଥିପାଇଁ ଶୁକ୍ରବାର ପହଞ୍ଚି ସାରିଛନ୍ତି ଟିମ୍ ଇଣ୍ଡିଆର ସବୁ ଷ୍ଟାଫ୍ । ଟିମ୍ରେ ସାଥି ଖେଳାଳିଙ୍କ ସହ ରହିଛନ୍ତି ଭେଟେରାନ୍ ପ୍ଲେୟର ବିରାଟ କୋହଲି ।
ସବୁ ପ୍ଲେୟର ରେଷ୍ଟ କରୁଥିବା ବେଳେ ଏହାର ଫାଇଦା ନେଇଛନ୍ତି ବିରାଟ କୋହଲି । ସେ ମେଲବର୍ଣ୍ଣରେ ନିଜର ଲୁକ୍ ବଦଳାଇବାକୁ ଚାହିଁଛନ୍ତି । ସେ ନୂଆ ‘ହେୟାର ଷ୍ଟାଇଲ’ କରିଛନ୍ତି । ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ଫ୍ୟାନ୍ସ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି ।
ସେ ଦୁନିଆର ସବୁଠାରୁ ପାଓ୍ବାରଫୁଲ୍ ହେୟାର ଷ୍ଟାଇଲିଷ୍ଟଙ୍କ ଠାରୁ ହେୟାରକଟ୍ କରିଛନ୍ତି । ବିରାଟଙ୍କ କେଶ କାଟିଛନ୍ତି ଜର୍ଡନ୍ ଟବକମ୍ୟାନ୍ । ତାଙ୍କର ମେଲବର୍ଣ୍ଣରେ ୩ଟି ସେଲୁନ ରହିଛି । ଜର୍ଡନ୍ ଟବକମ୍ୟାନ୍ଙ୍କର ଭାରତରେ ମଧ୍ୟ ସେଲୁନ ରହିଛି । ସେ ସାରା ବିଶ୍ବର ହେୟାର ଷ୍ଟାଇଲିଷ୍ଟଙ୍କୁ ଶିକ୍ଷା ମଧ୍ୟ ଦେଇଥାନ୍ତି ।
ବାସ୍ତବରେ ଜର୍ଡନ୍ ଟବକମ୍ୟାନ୍ ଏବଂ ବିରାଟ ଭଲ ବନ୍ଧୁ । ଏହି ଭେଟେରାନ୍ ଯେବେ ବି ମେଲବର୍ଣ୍ଣ ଯାଆନ୍ତି ସେତେବେଳେ ଜର୍ଡନ୍ ଟବକମ୍ୟାନ୍ଙ୍କ ଠାରୁ ହେୟାରକର୍ଟ ଯେମିତି ହେଲେ କରିଥାନ୍ତି । କେବଳ ବିରାଟ ହିଁ ନୁହଁନ୍ତି ଜର୍ଡନ୍ ଟବକମ୍ୟାନ୍ଙ୍କ ଠାରୁ ଅନେକ ଦିଗ୍ଗଜ ପ୍ଲେୟର ହେୟାରକଟ୍ କରିସାରିଛନ୍ତି । ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସାମିଲ ରହିଛନ୍ତି ।
ଯଦି ମ୍ୟାଚ୍ ବିଷୟରେ କଥା ହେବା ତେବେ ଚତୁର୍ଥ ଟେଷ୍ଟ ପୂର୍ବରୁ କୋହଲି ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରୁଛନ୍ତି । ନୂଆ ଲୁକ୍ ଏବଂ ନୂଆ ପ୍ରସ୍ତୁତି ସହ ମେଲବର୍ଣ୍ଣ ମଇଦାନରେ ଅବତୀର୍ଣ୍ଣ ହୋଇ ନିଜ ସମାଲୋଚକଙ୍କୁ ବଡ଼ ଇନିଂସ ଖେଳି ଜବାବ ଦେବାକୁ ଚାହାନ୍ତି ।
ଏ ପର୍ଯ୍ୟନ୍ତ ବର୍ଡର-ଗାଭାସ୍କର ସିରିଜ ୧-୧ରେ ବରାବର ରହିଛି । ଆଉ ୨ଟି ମ୍ୟାଚ୍ ଖେଳାଯିବାକୁ ବାକି ଅଛି । ତୃତୀୟ ଟେଷ୍ଟରେ କୋହଲି ୩ ରନ୍ ଏବଂ ଦ୍ୱିତୀୟ ଟେଷ୍ଟରେ ୭ ଓ ୧୧ ରନ୍ କରିଥିଲେ । ସେହିପରି ପ୍ରଥମ ଟେଷ୍ଟରେ ୫ ଏବଂ ୧୦୦ ରନ୍ କରି ଅପରାଜିତ ରହିଥିଲେ ।