ଅଭିନୟ ବେଳେ ଟଳିପଡିଲେ ରାମ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Published By : Prameya-News7 Bureau | October 06, 2024 IST

ନୂଆଦିଲ୍ଲୀ ୬/୧୦: ମଞ୍ଚ ଉପରେ ରାମଙ୍କୁ ହାର୍ଟ ଆଟାକ୍‌। ଅଭିନୟ କରୁ କରୁ ଟଳି ପଡିଲେ । ଦିଲ୍ଲୀର ଶାହାଦରା ସ୍ଥିତ ବିଶ୍ବକର୍ମା ନଗରରୁ ଆସିଛି ଏଭଳି ଦୁଃଖଦ ଖବର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମଞ୍ଚସ୍ଥ ହେଉଥିଲା ରାମାୟଣ । ରାମ ଭୂମିକାରେ ଅଭିନୟ କରୁଥିବା ସୁଶୀଲ କୌଶିକ ମଞ୍ଚ ଉପରେ ଠିଆ ହୋଇ ଡାଏଲଗ୍‌ କହୁଥିଲେ । ତାଙ୍କ ସହ ଅନ୍ୟ କଳାକାର ମାନେ ମଧ୍ୟ ଉପସ୍ଥିତ ଥିଲେ । ହେଲେ ହଠାତ ଅଧାରେ ଅଟକି ଯାଇଥିଲେ ସୁଶୀଲ । ଛାତିରେ ହାତ ରଖି ମଞ୍ଚ ପଛପଟକୁ ଚାଲିଗଲେ ।  ଚାହୁଁ ଚାହୁଁ ସେଠାରେ ଅଚେତ ହୋଇପଡିଲେ । ତୁରନ୍ତ ତାଙ୍କୁ ହସ୍‌ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ସୁଶୀଲ ବିଶ୍ବକର୍ମା ନଗର ଅଞ୍ଚଳର ବାସିନ୍ଦା । ସେ ପେଶାରେ ଜଣେ ପ୍ରପର୍ଟି ଡିଲର ଥିଲେ । ସେ ଭଗବନାଙ୍କ ଜଣେ ବଡ ଭକ୍ତ ଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.