ପରଲୋକରେ କାକଟପୁରର ପୂର୍ବତନ ବିଧାୟକ, ୯୩ ବର୍ଷ ବୟସରେ ବାସଭବନରେ ଦେହାନ୍ତ

Published By : Prameya-News7 Bureau | July 05, 2024 IST

କୋଣାର୍କ ୦୫/୦୭: ପରଲୋକରେ କାକଟପୁରର ପୂର୍ବତନ ବିଧାୟକ । ୯୩ ବର୍ଷ ବୟସରେ ବାସଭବନରେ ଦେହାନ୍ତ । କାକଟପୁରର ପୂବର୍ତନ ବିଧାୟକ ତଥା ବିଭିନ୍ନ ବିଭାଗରେ ଥିବା ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ । ଶୁକ୍ରବାର ସକାଳୁ ଦେହାନ୍ତ ହୋଇଛି ବୋଲି ସୂଚନା ଦେଇଛନ୍ତି ପୁଅ ସ୍ୱାଧୀନ କୁମାର ନାୟକ। 

ସୂଚନା ଥାଉକି, ଭୁବନେଶ୍ୱର ବାସଭବନରେ ୯୩ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତରେ ୧୭ମେ ୧୯୩୭ମସିହା ଜନ୍ମଗ୍ରହଣ କରିଥିଲେ ସୁରେନ୍ଦ୍ର ନାଥ ନାୟକ । ପ୍ରଥମେ ଅସ୍ତରଙ୍ଗ ବ୍ଲକ ଅଧକ୍ଷ ଏହା ପରେ କାକଟପୁର ବିଧାୟକ ସହ ବିଭିନ୍ନ ବିଭାଗ ଶିକ୍ଷା, କୃଷି, ରାଜ୍ଵଶ, ଅବକାରୀ, ପଞ୍ଚାୟତିରାଜ ଓ ଉପବାଚସ୍ପତି ପଦବୀରେ ଥିଲେ । 

ଏପରି ମହାନ ପୁରୁଷଙ୍କୁ ହରାଇ କାନ୍ଦୁଛି କାକଟପୁର ନିର୍ବାଚନ ମଣ୍ଡଳୀ ସବୁଆଡେ ଶୋକର ଛାୟା । ତାଙ୍କ ଭୂବନେଶ୍ୱର ବାସଭବନରେ ଏବେ ବିଜେଡିର ସମସ୍ତ ନେତା ମନ୍ତ୍ରୀ ଶେଷ ଦର୍ଶନ ପରେ ଅସ୍ତରଙ୍ଗ ବାସଭବନକୁ ଆସିବା ସୂଚନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.