‘Stree-2’କୁ ନେଇ ବଢୁଛି ଫ୍ୟାନ୍ସଙ୍କ ଉତ୍ସାହ, ଅଗଷ୍ଟ ୧୫ରେ ହେବ ରିଲିଜ୍

Published By : Prameya-News7 Bureau | July 01, 2024 IST

ମୁମ୍ଵାଇ ୦୧।୦୭: ୨୦୧୮ ରେ ମୁକ୍ତିଲାଭ କରିଥିଲା 'ସ୍ତ୍ରୀ' । ଯାହା ବକ୍ସ ଅଫିସରେ ଖୁବ ଧମାଲ କରିଥିଲା। ଦର୍ଶକ ଏହି ଫିଲ୍ଲ୍ମକୁ ଏତେ ପସନ୍ଦ କରିଥିଲେ ଯେ ଏହା ରିଲିଜ୍ ହେବା ପରେ ପ୍ରେକ୍ଷାଳୟରେ ଲୋକପ୍ରିୟ ହୋଇଥିଲା। ସେତେବେଳେ ୨୩  କୋଟି ଟଙ୍କାର ଏହି ଫିଲ୍ମ ବକ୍ସ ଅଫିସରେ ମୋଟ ୧୮୦.୭୬ କୋଟି ଟଙ୍କା ଆୟ କରିଥିଲା। ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ଭାଗ ୧୫ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

ବର୍ତ୍ତମାନ ନିର୍ମାତା ଫିଲ୍ମର ଟିଜର ମଧ୍ୟ ରିଲିଜ୍‌ କରିଛନ୍ତି। ଏହା ଦେଖିବା ପରେ ସ୍ପଷ୍ଟ ହୋଇଛି ଯେ ଏଥର ମଧ୍ୟ ଫିଲ୍ମରେ କମେଡି ସହିତ ହରର୍‌ର କମ୍ବୋ ଦେଖିବାକୁ ମିଳିବ। ଟିଜର ଦେଖିବା ପରେ ଫିଲ୍ମ ପାଇଁ ଲୋକଙ୍କ ଉତ୍ସାହ ବଢିଯାଇଛି। ଇନ୍‌ଷ୍ଟାରେ ଏହାର ଟିଜର ସେୟାର କରିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।  ପୁଣିଥରେ ଏହି ଫିଲ୍ମରେ ରାଜକୁମାର ରାଓଙ୍କ ସହ ଶ୍ରଦ୍ଧା କପୁର, ପଙ୍କଜ ତ୍ରିପାଠୀ, ଅପାରଶକ୍ତି ଖୁରାନା ଏବଂ ଅଭିଷେକ ବାନାର୍ଜୀଙ୍କ ଯୋଡି ଦେଖିବାକୁ ମିଳିବ।


ରାଜକୁମାର ରାଓ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଟିଜର ସେୟାର ଲେଖିଛନ୍ତି, ଏଥର ସ୍ୱାଧୀନତା ଦିବସରେ ଚନ୍ଦେରୀରେ ଆତଙ୍କ ଖେଳିଯିବ!'ସ୍ତ୍ରୀ ୨' ଅମର କୌଶିକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ମ୍ୟାଡକ୍ ଫିଲ୍ମସ୍ ଏବଂ ଜିଓ ଷ୍ଟୁଡିଓ ବ୍ୟାନରରେ ଦୀନେଶ ଭିଜାନଙ୍କ ଦ୍ୱାରା ନିର୍ମିତ ହୋଇଛି। କୁହାଯାଉଛି ଯେ ବରୁଣ ଧାୱନ ଏହି ଫିଲ୍ମରେ କୈମିୟୋ ଭୂମିକାରେ ନଜର ଆସିବେ। ଏଥି ସହିତ ତମନ୍ନା ଭାଟିଆ ମଧ୍ୟ ଏକ ବିଶେଷ ରୂପରେ ଦେଖିବାକି ମିଳିବେ। ଏହାର ରିଲିଜ୍ ତାରିଖ ପୂର୍ବରୁ ୩୦ ଅଗଷ୍ଟରେ ରଖାଯାଇଥିଲା, କିନ୍ତୁ କୌଣସି କାରଣ ହେତୁ ବର୍ତ୍ତମାନ ଏହା ଅଗଷ୍ଟ ୧୫ରେ ରିଲିଜ୍‌ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.