ପ୍ରକାଶ ପାଇଲା ୟୁପିଏସ୍‌ସି ସିଭିଲ ସର୍ଭିସ୍ ପ୍ରିଲିମ୍ସ ପରୀକ୍ଷା ରେଜଲ୍ଟ

Published By : Prameya-News7 Bureau | July 01, 2024 IST

indiatoday

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସ୍‌ସି ସିଭିଲ ସର୍ଭିସ୍ ପ୍ରିଲିମ୍ସ ପରୀକ୍ଷା ରେଜଲ୍ଟ। ସୋମବାର ଠାରୁ ପରୀକ୍ଷା ଫଳାଫଳ ୟୁପିଏସ୍‌ସିର ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି। ଯେଉଁମାନେ ପରୀକ୍ଷା ଦେଇଥିଲେ ସେମାନେ ଅଫିସିଆଲ୍ ୱେବ୍‌ସାଇଟ upsc.gov.in. କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ। 
ଗତବର୍ଷ ମେ ୨୬ ତାରିଖରେ ୟୁପିଏସ୍‌ସି ପରୀକ୍ଷା ହୋଇଥିଲା। ଜୁନ ୧୨ ତାରିଖରେ ଫଳାଫଳ ଘୋଷଣା କରାଯାଇଥିଲା। ତେବେ ଚଳିତ ବର୍ଷ ଜୁନ ୧୬  ତାରିଖରେ ରେଜଲ୍ଟ ଘୋଷଣା କରାଯିବ। ୟୁପିଏସ୍‌ସି ସିଭିଲ ସର୍ଭିସ୍ ପ୍ରିଲିମ୍ସ ଦୁଇଟି ସିଫ୍ଟରେ କରାଯାଇଥିଲା। ଜେନେରାଲ ଷ୍ଟଡିଜ୍ ପେପର-୧ ଓ ପେପର-୨ ମୋଟ ୪୦୦ ମାର୍କରେ ପରୀକ୍ଷା ହୋଇଥିଲା। 
ପ୍ରତ୍ୟେକ ପ୍ରଶ୍ନ ଅବଜେକ୍ଟିଭ୍ ହୋଇଥିବା ବେଳେ ୪ଟି ଲେଖାଏ ଅପସନ ଦିଆଯାଇଥିଲା। ପ୍ରିଲିମ୍ସ ପରୀକ୍ଷା ଫଳରେ ଉତ୍ତିର୍ଣ୍ଣ ହେଲେ ପରୀକ୍ଷାର୍ଥୀ ମେନ୍ ପରୀକ୍ଷା ଦେବାକୁ ଯୋଗ୍ୟତା ହାସଲ କରିବେ। ମେନ ପରୀକ୍ଷା ବି ଦୁଇଟି ପାର୍ଟରେ ହେବ। ଗୋଟିଏ ଲିଖିତ ପରୀକ୍ଷା ଓ ପର୍ସନାଲିଟି ଟେଷ୍ଟ। ୨୦୨୪ର ୟୁପିଏସସି ସିଭିଲ ସର୍ଭିସ ମେନ ପରୀକ୍ଷା ସେପ୍ଟେମ୍ବର ୨୦ରେ ହେବ। 

ୟୁପିଏସସି ପ୍ରିଲିମ୍ସ ୨୦୨୪ ରେଜଲ୍ଟ ଡାଉନଲୋଡ କେମିତି କରିବେ?

UPSC ର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରନ୍ତୁ।
ହୋମପେଜ୍‌ରେ ଥିବା ହାଇଲାଇଟ୍ ଲିଙ୍କ୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।
ଆପଣଙ୍କର ଲଗଇନ୍ କ୍ରେଡେନ୍ସିଆଲ ଏଣ୍ଟର କରନ୍ତୁ।
ସବମିଟରେ କ୍ଲିକ୍ କରନ୍ତୁ।
ରେଜଲ୍ଟ ଆପଣଙ୍କ ସ୍କ୍ରିନରେ ଆସିଯିବ।
ଆପଣ ଚାହିଁଲେ ଏହାକୁ ଡାଉନଲୋଡ କିମ୍ବା ପ୍ରିଣ୍ଟଆଉଟ କାଢ଼ିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.