ପ୍ରତାରଣାର ଭୟଙ୍କର ପରିଣତି ! ପ୍ରେମିକର ଯୌନାଙ୍ଗ କାଟିଦେଲେ ଡାକ୍ତରାଣୀ ପ୍ରେମିକା

Published By : Prameya-News7 Bureau | July 03, 2024 IST

News7

ନୂଆଦିଲ୍ଲୀ: ଗର୍ଲଫ୍ରେଣ୍ଡ କାଟିଦେଲା ପ୍ରେମିକର ପ୍ରାଇଭେଟ୍‌ ପାର୍ଟ। ପ୍ରତାରଣା କରିବାର ଭୟଙ୍କର ପରିଣତି। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଦୀର୍ଘ ଦିନ ଧରି ଚାଲିଥିଲା। ପ୍ରେମିକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ ଏବଂ ପରେ ବିବାହ କରିବାକୁ ମନା କରିଦେଇଥିଲେ। ଯେଉଁଥିପାଇଁ ରାଗି ଯାଇଥିଲେ ପ୍ରେମିକା। ଆଉ ଶେଷରେ କାଟିଦେଲା ପ୍ରେମିକର ପ୍ରାଇଭେଟ୍‌ ପାର୍ଟ। ଏଭଳି ଘଟଣା ଘଟିଛିବିହାରର ଚାପରା ଜିଲ୍ଲାର ମଧୁରା ଅଞ୍ଚଳରେ। ଅଭିଯୁକ୍ତା ପ୍ରେମିକା ଜଣେ ଡାକ୍ତରାଣୀ। ଡାକ୍ତରାଣୀ ଜଣକ ପ୍ରଥମେ ତାଙ୍କୁ ଘରକୁ ଡାକିଥିଲେ। ତା’ପରେ ତାପରେ ପ୍ରେମିକଙ୍କୁ ବେଡ୍‌ ରୁମ୍‌କୁ ନେଇ ଏପରି କାଣ୍ଡ ଭିଆଇଥିଲେ।

ସୂଚନା ଅନୁଯାୟୀ ପୀଡିତ ତଥା ପ୍ରେମିକଙ୍କ ନାମ ହେଉଛି ବେଦ ପ୍ରକାଶ। ସେ ମଢୋରା ୱାର୍ଡ 12ର କାଉନସିଲର। କୁହାଯାଉଛି ଯେ ସେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଉଭୟ ବିବାହ କରିବାକୁ ମନସ୍ଥ କରିଥିଲେ। ତାରିଖ ଏବଂ ସମୟ ମଧ୍ୟ ସ୍ଥିର କରାଯାଇଥିଲା। ପ୍ରେମିକା କନ୍ୟା ବେଶରେ ଥିଲେ କିନ୍ତୁ ପ୍ରେମିକ ଜଣକ ବିବାହ କରିବାକୁ ଆସିନଥିଲେ। ପ୍ରେମିକଙ୍କ ବିଶ୍ୱାସଘାତକତା ହେତୁ ସେ ରାଗିଯାଇଥିଲେ।

ସୋମବାର ଗର୍ଲଫ୍ରେଣ୍ଡ ତାଙ୍କ ପ୍ରେମିକକୁ ଡାକି ବେଡରୁମ୍‌କୁ ଯାଇଥିଲେ। ଏହା ପରେ ସେ ତାଙ୍କ ପ୍ରେମିକଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ। ପ୍ରେମିକା କହିଛନ୍ତି ଯେ କାଉନସିଲର ବିବାହର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେ ପ୍ରତାରଣା କରି ଚାଲୁଥିଲେ। କେବଳ ଏତିକି ନୁହେଁ, ଘଟଣା ପରେ ସେ ନିଜେ ପୋଲିସକୁ କହିଥିଲେ ଯେ ସେ ବେଦ ପ୍ରକାଶଙ୍କ ପ୍ରାଇଭେଟ୍‌ ପାର୍ଟ କାଟି ଦେଇଛନ୍ତି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।  ଅଭିଯୁକ୍ତା ତଥା ପ୍ରେମିକାକୁ ଅଟକ ରଖି ପଚରାଉଚୁରା କରିଛି। ଅଭିଯୁକ୍ତା ଜଣକ ଏକ ଘରୋଇ ଡାକ୍ତରଖାନାରେ ଡାକ୍ତର ଥିବା ଜଣାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.