କମିଶନରେଟ୍ ପୋଲିସ କବ୍‌ଜାରେ ସାଇବର ଠକ, ଲକ୍ଷାଧିକ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ

Published By : Prameya-News7 Bureau | July 04, 2024 IST

ଭୁବନେଶ୍ୱର ୦୪।୦୭ : କମିଶନରେଟ୍ ପୋଲିସ୍‌ କବ୍‌ଜାରେ ସାଇବର ଠକ। ରାଜସ୍ଥାନରୁ ସାଇବର ଠକ କିଶୋର ରାଣାକୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା, ଏଟିଏମ୍‌ କାର୍ଡ, ଚେକ୍‌ ବୁକ୍‌ ଜବତ କରିଛି ପୋଲିସ । 

ଖବର ଅନୁଯାୟୀ, ବିଭିନ୍ନ ଫୋନ୍‌ ଜରିଆରେ ଲୋକଙ୍କୁ ଫୋନ୍‌ କରୁଥିଲେ । ଆଉ ଏହି ଫୋନ୍‌ ଜରିଆରେ ସେ ବହୁ ଲୋକଙ୍କୁ ଧମକ ଦେଇଥାନ୍ତି । ସିବିଆଇ ଅଧିକାରୀ କିମ୍ବା ସାଇବର ଅଧିକାରୀ କିମ୍ବା କ୍ରାଇମବ୍ରାଞ୍ଚ ଅଧିକାରୀ କହୁଥିଲେ । ଏନେଇ କମିଶନରେଟ୍‌ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ତଦନ୍ତ କରି ପାଞ୍ଚ ଜଣଙ୍କୁ ଗିରଫ କରିଥିଲା । ଆଉ ଏବେ ଅନ୍ୟ ଜଣେ ଅଭିଯୁକ୍ତକୁ ରାଜସ୍ଥାନରୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ସାଇବର ଠକ କିଶୋର ରାଣା ନିକଟରୁ ଏକ ଲକ୍ଷ ଲକ୍ଷରୁ ଅଧିକ ଟଙ୍କା , ଏଟିଏମ୍ କାର୍ଡ, ଚେକ୍ ବୁକ୍ ଜବତ କରିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.