ପରଲୋକରେ ମାଲକାନଗିରିର ପୂର୍ବତନ ବିଧାୟକ, ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ

Published By : Prameya-News7 Bureau | July 03, 2024 IST

ମାଲକାନଗିରି ୦୩/୦୭: ପରଲୋକରେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଆଦିତ୍ୟ ମାଢୀ । ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ ଶ୍ରୀ ପାଢୀ । ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । 

ସୂଚନା ଥାଉକି, ଦୁଇ ବର୍ଷ ତଳେ କିଡନୀରେ ରୋଗରେ ପଡିଥିଲେ ଆଦିତ୍ୟ ମାଢୀ । ବିଶାଖାପାଟଣାର ଘରୋଇ ହସ୍ପିଟାଲରେ ତାଙ୍କର କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା । ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ବିଜେପିରୁ ମାଲକାନଗିରି ବିଧାୟକ ଥିଲେ ଆଦିତ୍ୟ ମାଢି । ହେଲେ ବିଧାୟକ ହେବା ପରଠାରୁ କିଡନୀ ରୋଗରେ ପୀଡ଼ିତ ଥିଲେ ଆଦିତ୍ୟ ମାଢି । 

କିଛି ଦିନ ଭଲ ରହିବା ପରେ ପୁଣି ଥରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଗତ କିଛି ଦିନ ଧରି ରହି ଚିକିତ୍ସା ହେଉଥିବା ବେଳେ ଆଜି ସନ୍ଧ୍ୟା ୫ ଟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.