ଦାରିଙ୍ଗବାଡ଼ିରେ ବନ ବିଭାଗ ତରଫରୁ ବୃକ୍ଷରୋପଣ ସହ ସଚେତନତା ଶିବିର

Published By : Prameya-News7 Bureau | July 05, 2024 IST

ଦାରିଙ୍ଗବାଡ଼ି ୫।୭କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବୁଡ଼ାଗୁଡା ସେକ୍ସନ ଠାରେ ଆରମ୍ଭ ହୋଇଯାଇଛି ବନ ବିଭାଗ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ପ୍ରଥମେ ବୁଡ଼ାଗୁଡା ସରକାରୀ ଉର୍ଣ୍ଣତି ବିଦ୍ୟାଳୟ ଠାରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଏହାକୁ ପରିଚାଳନା କରିଥିଲେ ବୁଡ଼ାଗୁଡା ବନପାଳ ହରିସ ଚନ୍ଦ୍ର ପ୍ରଧାନ ଏବଂ ବନ ବିଭାଗ କର୍ମଚାରୀ ସୁଶୀଲ କୁମାର ପ୍ରଧାନ, ସମୀର କୁମାର ନାୟକ । ଏଥିରେ  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ସାହୁ ଏବଂ ଅଞ୍ଚଳର ବହୁ ଭଦ୍ର ବ୍ୟକ୍ତି ସମେତ ବୁଡ଼ାଗୁଡା ଗ୍ରାମର ବରିଷ୍ଠ ନାଗରିକ ଯୋଗଦେଇଥିବା ସହିତ ଗଣମାଧ୍ୟମ ପ୍ରତିନିଧି ସୁଶାନ୍ତ କୁମାର ସାହୁ ଯୋଗଦେଇ  କିପରି ବନ ବିଭାଗକୁ ସାହାଯ୍ୟ କରିବେ ସେ ନେଇ ଆଲୋଚନା କରାଯାଇଥିଲା । ଯଦି କୌଣସି ଜଙ୍ଗଲରେ ଗଛ ନାହିଁ ସେଥିପ୍ରତି ସ୍ଥାନୀୟ ବାସିନ୍ଦା ତୁରନ୍ତ ବନ ବିଭାଗକୁ ଖବର ଦେବା ପାଇଁ ବନ ବିଭାଗ ତରଫରୁ ମାଗାନା ଚାରା ବଣ୍ଟନ କର୍ଯ୍ୟକ୍ରମ ଜାରି ରହିଛି । ଏହି କାର୍ଯ୍ୟକ୍ରମରେ  ସ୍କୁଲର ଛାତ୍ରଛାତ୍ରୀ ସମେତ ଅଭିଭାବକ ଉପସ୍ଥିତ ରହିବା ସହିତ ବନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପରେ ସ୍ଥାନୀୟ ବାସିନ୍ଦା ଏଭଳି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହିତ ବିଦ୍ୟାଳୟ ପରିସର ମୂଲ୍ୟ ଗଛକୁ ଲଗା ଯାଇଥିଲା ପରେ ଏକ ସଚେତନା ରଥ ମାଧ୍ୟମରେ ୭ ଦିନ ଧରି ପ୍ରତ୍ୟେକ ଗଳିକନ୍ଦିରେ ବୁଲି ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ  ବନ ବିଭାଗ କର୍ମଚାରୀ ।

You Can Read:

ସରପଞ୍ଚ ପୁଅଙ୍କ ଦାଦାଗିରି, ମହିଳାଙ୍କୁ ଘରୁ ଡାକି ଟଣା ଓଟାର କରିବା ସହ ମାରିଲେ ମାଡ

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.