ଶେଷ ଯାତ୍ରାରେ ଯବାନ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର

Published By : Prameya-News7 Bureau | July 08, 2024 IST

ଆଠଗଡ ୮/୭: ବିବାହକୁ ୨ ମାସ ପୁରିନି । ଯବାନଙ୍କ ଅକାଳ ବିୟୋଗ । ମୃତ ଯବାନ କଟକ ଜିଲ୍ଲା ନରସିଂହପୁର ବ୍ଲକ ବ୍ରହ୍ମପୁରା ଗାଁର ୨୬ ବର୍ଷର ପିଣ୍ଟୁ ନାୟକ । ଲିଭର ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ପଞ୍ଜାବ ପଠାନକୋଟ ଆର୍ମି କାର୍ଯ୍ୟାଳୟରେ ଯବାନ ଭାବରେ କାର୍ଯ୍ୟ କରୁଥିଲେ । ପିଣ୍ଟୁଙ୍କ ମରଶରୀର ଦିଲ୍ଲୀରୁ ଆସି ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ୨ମାସ ପୂର୍ବରୁ ବିବାହ କରିଥିଲେ ପିଣ୍ଟୁ । ତାଙ୍କ ଅକାଳ ବିୟୋଗରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.