ଅଶାନ୍ତ ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ, ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା

Published By : Prameya-News7 Bureau | September 28, 2024 IST

ଭଦ୍ରକ ୨୮/୯: ଆପତ୍ତିଜନକ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ ଘଟଣା । ସହରରେ ଶାନ୍ତି ଫେରାଇ ଆଣିବାକୁ ପୋଲିସ ଓ ପ୍ରଶାସନ ଉଦ୍ୟମ ଚଳାଇଛନ୍ତି । ଏସବୁ ଭିତରେ ଉଚ୍ଚସ୍ତରୀୟ ବୈଠକ ଡାକି ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ବୈଠକ ପରେ ସେ କହିଛନ୍ତି ସହରରେ ଅଶାନ୍ତି ସୃଷ୍ଟି କରିବାକୁ ଦିଆଯିବନି । ଆସାମାଜିକ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭଦ୍ରକ ସହରରେ ୧୨ ପ୍ଲାଟୁନ ଓ ଧାମନଗରରେ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୨ କଂପାନୀ ରାପିଡ ଆକ୍ସନ ଫୋର୍ସ ମୁତୟନ ରହିବେ । ବୈଠକରେ ମନ୍ତ୍ରୀଙ୍କ ସହ ବିଧାୟକ ସୀତାଂଶୁ ଶେଖର ,ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଏସ୍‌ପି ବରୁଣ ଗୁଣ୍ଟୁପାଲି ଉପସ୍ଥିତ ଥିଲେ ।  

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.